-
୨୪ × ୭ ବିଭିନ୍ନ ବିଭାଗର ସଚିବମାନଙ୍କୁ SEOC କଣ୍ଟ୍ରୋଲ ରୁମରେ ଦାୟିତ୍ଵ
ଭୁବନେଶ୍ୱର, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ରାଜ୍ୟ ଜରୁରୀ କାଳୀନ ପରିଚାଳନା କେନ୍ଦ୍ର / State Emergency Operations Centre (SEOC) କଣ୍ଟ୍ରୋଲ ରୁମ୍ରେ ମାରାଥନ୍ ସମୀକ୍ଷା କରି ପରିସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ସମୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ସ୍ପେଶାଲ୍ ରିଲିଫ୍ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ୍ ଉପସ୍ଥିତ ଅଛନ୍ତି।
ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ସମନ୍ୱିତ ଭାବେ ତ୍ୱରିତ ପଦକ୍ଷେପ ଗ୍ରହଣ ନିମନ୍ତେ ନଭେମ୍ବର ୧୮ ତାରିଖ ସନ୍ଧ୍ୟା ୬ଟାରୁ ନଭେମ୍ବର ୨୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ସଚିବମାନଙ୍କୁ ପର୍ଯ୍ୟାୟକ୍ରମେ SEOC କଣ୍ଟ୍ରୋଲ ରୁମ୍ରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ବାତ୍ୟାର ମୁକାବିଲା ନିମନ୍ତେ ରାଜ୍ୟସରକାରଙ୍କ ସମସ୍ତ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସମନ୍ଵିତ ଭାବେ ତତ୍ପରତାର ସହ କାର୍ଯ୍ୟ କରୁଛନ୍ତି। ସୁରକ୍ଷିତ ଓଡ଼ିଶା ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ।
