
ବାଲେଶ୍ୱର : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ବୁଧବାର ପବିତ୍ର ବାହୁଡ଼ାଯାତ୍ରା ଅବସରରେ ବାଲେଶ୍ଵରର ସ୍ମାଇଲ ସୋସାଇଟି ତରଫରୁ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ସହ କରୋନା ଭୁତାଣୁରୁ ରକ୍ଷା ପାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସ୍ମାଇଲ ସୋସାଇଟିର ସଭାପତି ଶୁଭମ୍ ସାଇ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ସୋସାଇଟି ଔର କର୍ମକର୍ତ୍ତା ହ୍ରିତିକ ନାୟକଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସ୍ଵେଚ୍ଛାସେବୀ ଯୋଗଦେଇ ରକ୍ତଦାନ କରିଥିଲେ। ଏହି ଶିବିରରେ ୩୦ରୁ ୟୁନିଟ୍ ରକ୍ତ ସଂଗୃହୀତ କରାଯାଇଥିଲା।
ଏହି ଶିବିରକୁ ଟ୍ରାଫିକ ଥାନା ଅଧିକାରୀ ପ୍ରଶାନ୍ତ ରଣସିଂହ ‘ଜୀବନବିନ୍ଦୁ’ ସଂଯୋଜକ ଆଶିଷ ଘୋଷ ଓ ବିଶିଷ୍ଟ ସମାଜସେବୀ ସଲୀମ ରାଜା ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକର୍ତ୍ତା ମାନଙ୍କୁ କୃତଜ୍ଞତା ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଅଭିଜିତ ବିଶ୍ଵାଳ, ରିମା ଯୋସେଫ, ଈପସିତା ଶତପଥୀ, ଅନୁଷ୍କା ଶତପଥୀ, ନୂପୁର ସିହ୍ନା, ରଜତ ବାରିକ୍, ସାଗର ମାଝୀ, ଗୋପିନାଥ ସ୍ୱାଇଁ, ମାନସୀ ଭୂୟାଁ ପ୍ରଭୃତି ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଶିବିରରେ ଯୋଗ ଦେଇଥିବା ପ୍ରତ୍ୟେକ ବ୍ୟକ୍ତିର ଥର୍ମାଲ ସ୍କ୍ରିନିଂ ଏବଂ ସାନିଟାଇଜ୍ କରାଯାଇ ରକ୍ତଦାନ ଶିବିର ଆୟୋଜନ ହୋଇଥିବା ଦେଖିବାକୁ ମିଳିଥିଲା।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO