
ଜଗନ୍ନାଥ ପ୍ରସାଦ-ଗଂଜାମ ଜିଲ୍ଲା ପ୍ରସାଦ ବ୍ଲକ ଅନ୍ତର୍ଗତ ତାରସିଂ ଗ୍ରାମ ପଂଚାୟତ ର ବାରଦଣ୍ଡା ଗ୍ରାମର ସିସୁନାଥ ପ୍ରଧାନ ଙ୍କ ହଟାତ ହୃଦଘାତ ରେ ମୃତ୍ୟୁ ବରଣ ହୋଇଛି।ସେ ସୁରତ ରେ ଶ୍ରମିକ କାମ କରୁଥିଲେ,ଓ କିଛି ଦିନ ହେଲା ଗ୍ରାମକୁ ଫେରିଥିଲେ। ଜଣେ ଅସହାୟ ପରିବାରରେ ସତେ ଯେମିତି ଦୁଃଖର ପାହାଡ଼ ଛିଡି ପଡିଛି । ଅସହାୟ ପରିବାରର ଦୁଃଖ କହିଲେ ନସରେ । ପରିବାର କହିଲେ ୪ଜଣ ସଦସ୍ୟ , ସେ ଭିତରେ ରହୁଥିଲେ ସ୍ଵାମୀ , ସ୍ତ୍ରୀ , ଦେଢ଼ ବର୍ଷ ର ପୁଅ ଓ ଛ ବର୍ଷର ଝିଅ । ଆଜକୁ ୭ଦିନ ହେଲା ସିସୁନାଥ ପ୍ରଧାନଙ୍କ ର ଅଚାନାକ ହୃଦଘାତ୍ ରେ ମୃତୁହୋଇ ଗଲା , ଗରିବ ପରିବାରର ଦୁଃଖ କହିଲେ ନସରେ , ନା ଅଛି ଖାଇବା ପାଇଁ ନା ଅଛି ଶୁଦ୍ଧି କ୍ରିୟା ପାଈଁ ଅର୍ଥ।ମୃତ୍ୟୁ ସିସୁନାଥ ହିଁ ଜଣେ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ।ଜମି ବାଡ଼ି ରୁ ଭି ଆଦାୟ ନାହିଁ। ଯଦି କେହି ସହୃଦୟ ବ୍ୟକ୍ତି କିଛି ସାହାଯ୍ୟ କିମ୍ବା ସହଯୋଗ କରନ୍ତେ , ତାହାହେଲେ ଏହି ଅସହାୟ ପରିବାର ର ଦୁଃଖ କିଛି ପରିମାଣରେ ଦୂରହୋଇ ପାରନ୍ତା।ମୃତ୍ୟୁ ସିସୁନାଥ ଙ୍କ ବିଧବା ପତ୍ନୀ ରଶ୍ମିତା ପ୍ରଧାନ ଙ୍କୁ ବଦାନ୍ୟ ବ୍ୟକ୍ତି ମାନେ ନିମ୍ନ ନମ୍ବର ରେ କଲ ରେ ଯୋଗ ଯୋଗ କରିବା ସହ ତଳ ଲିଖିତ ଆକାଉଣ୍ଟ ରେ ଆର୍ଥିକ ସାହାଯ୍ୟ କଲେ ଓ ସରକାରୀ ସାହାଯ୍ୟ ଯୋଗେଇ ଦେଲେ ,ଗରିବ ପରିବାର ର ବହୁ ଉପକାର ରେ ଆସିବ ବୋଲି ପରିବାର ତରଫରୁ ନିବେଦନ କରିଛନ୍ତି।
ମୋ-9510907504/8658744534
A/C-35883113656
Ifsc code -SBIN0000038
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO