
ବ୍ରହ୍ମପୁର: କୋଭିଡ୍ ର ମୁକାବିଲା କରିବା ପାଇଁ ଏଣିକି ପୁଲିସକୁ ଆହୁରି କଡ଼ା ପଦକ୍ଷେପ ନେବାକୁ ହେବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏମିତି ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ରକାରେ କରୋନା ଯୋଦ୍ଧା ରୂପେ କାମ କରୁଥିବା ପୁଲିସ କର୍ମଚାରୀ ଓ ଅଧିକାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯିବା ସହ ସାଧାରଣ ଲୋକ ଯେପରି ସରକାରଙ୍କର ସମସ୍ତ ଗାଇଡ୍ ଲାଇନ୍ ପାଳନ କରିବେ ତାକୁ ସୁନିଶ୍ଚିତ କରିବା ପାଇଁ ମଧ୍ୟ ପୁଲିସ ଟିମ୍ କୁ ସଂପୂର୍ଣ୍ଣ କ୍ରିୟାଶୀଳ କରାଯିବ ବୋଲି କହିଛନ୍ତି । ଯେଉଁ ମାନେ ମାସ୍କ ପରିଧାନ କରୁନଥିବେ ଓ ସାମାଜିକ ଦୂରତା ରକ୍ଷା କରୁନଥିବେ, ବିନା କାରଣରେ ରାସ୍ତାରେ ଗାଡ଼ି ଚଲାଉଥିବେ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ । ଏଥି ପାଇଁ ଥାନା ଅଧିକାରୀ ଓ ଏସଡ଼ିପିଓ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି । ଏପରିକି ନିହାତି ଆବଶ୍ୟକ ନପଡ଼ିଲେ ଘରୁ ନବାହାରିବା ପାଇଁ ଜନସାଧାରଣଙ୍କୁ ସେ ନିବେଦନ କରିବା ସହ ଗୋଟାଏ ଅଂଚଳରୁ ଅନ୍ୟ ଅଂଚଳକୁ ଯାତାୟତକୁ ରୋକାଯିବ ବୋଲି ମଧ୍ୟ ସେ କହିଛନ୍ତି ।
ଅନ୍ୟ ପଟେ ମୋ ସରକାର ଓ ୫-ଟିର ସେବା ଲୋକଙ୍କ ନିକଟରେ ପହଂଚାଇବା ପାଇଁ ଇ- ଅଫିସ୍ ର ଶୁଭାରମ୍ଭ ହୋଇଥିବା କଥା ମଧ୍ୟ ସୂଚନା ଦେଇଛନ୍ତି । ଅନ୍ୟ ପଟେ ଲୋକଙ୍କୁ ଫେସବୁକ୍, ଟୁଇଟର ଓ ଏସଏମଏସ ମାଧ୍ୟମରେ ମାସ୍କ ପରିଧାନ ଓ ହାତଧୁଆ ସଂପର୍କରେ ସଚେତନ କରାଯାଉଛି ବୋଲି ସେ କହିଛନ୍ତି । ଗଞ୍ଜାମ ପୁଲିସ ଜିଲ୍ଲାରେ ବିଭାଗର ୨୯ଜଣ ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ୧୫ଜଣ ସୁସ୍ଥ ହୋଇଥିବା ସେ ଜଣାଇଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଡ଼ିଏସପି ଅଜୟ କୁମାର ମିଶ୍ର, ଡ଼ିଏସପି ଉତ୍କଳ କେଶରୀ ଦାଶଙ୍କ ସମେତ ବହୁ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO