
ମାଲକାନଗିରି– ଆଜି ମାଲକାନଗିରି ବ୍ଲକ, ଗୋୖଡ଼ଗୁଡା ଗ୍ରାମ ପଞ୍ଚାୟତ ର ରାମାଗୁଡା ଗ୍ରାମରେ ଓଡିଶା ଜୀବିକା ମିଶନ ଏବଂ ଏନ ଆର୍ ଜିଏ ର ମିଳିତ ସହଯୋଗ ରେ ସ୍ଥାନୀୟ ଛଅ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ଆଖପାଖ ଗ୍ରାମର୧00 ରୁ ଉର୍ଦ୍ଧ ମହିଳା ଙ୍କୁ ନେଇ ସଂପୂର୍ଣ ଜୈବିକ ପ୍ରକ୍ରିୟା ମାଧ୍ୟମରେ ବୃହତ ବୃତ୍ତାକାର ମୋ ଉପକାରି ପୃଷ୍ଟି ବଗିଚାର ନମୁନା ପ୍ରଦର୍ଶନ କରାଯାଇଥିଲା । ନିଜ ନିଜ ବାଡ଼ି ବଗିଚାରେ ଗାତ ଖୋଳି ଏହି ଭଳି ପୃଷ୍ଟି ବଗିଚା କରିବା ପାଈଁ ଏନ ଆର୍ ଜିଏ ତରଫରୁ ଦୈନିକ ପାରିଶ୍ରମିକ ଦିଆ ଯିବା ସହିତ ଓଡିଶା ଜୀବିକା ମିଶନ ତରଫରୁ୧୩ ପ୍ରକାର ପନିପରିବା ମଞ୍ଜି ଦିଆଯାଇଥିଲା । ଏହି ବଗିଚା ଯୋଗୁ ଖାଦ୍ୟ ବିବିଧତାକୁ ବଢାଇବା ଏବଂ ଅପପୃଷ୍ଟି କୁ ଦୁର କରିବାରେ ସହଯୋଗୀ ହେବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓଏଲମ୍ ର ମ୍ୟାନେଜର୍ ପବିତ୍ର ମୋହନ ବାରା ଙ୍କ ସମେତ ସମସ୍ତ କୃଷି ମିତ୍ର, ପ୍ରାଣୀ ମିତ୍ର, ଓଏଲମ୍ ଏବଂ ଏନ ଆର୍ ଜିଏ ର ସମସ୍ତ ସଦସ୍ୟ ରହି ଗ୍ରାମବାସୀ ଙ୍କୁ ଏହି ବଗିଚାର ଉପକାରିକତା ବିଷୟରେ ବୁଝାଇ ଥିଲେ । ସୂଚନା ଥାଉକି ବିଗତ ବର୍ଷ ସମଗ୍ର ଜିଲ୍ଲା ରେ 3734 ପରିବାର ଏହା ଦ୍ୱାରା ଲାଭବାନ ହୋଇଥିବା ବେଳେ ଏହି ବର୍ଷ ଲୋକଙ୍କର ଆଗ୍ରହ ପ୍ରକାଶ ପାଇଛି ଏବଂ ଚଳିତ ବର୍ଷ ୭୫00 ପରିବାର ଏହି ବୃହତ ବୃତ୍ତାକାର ମୋ ଉପକାରି ପୃଷ୍ଟି ବଗିଚା ଯୋଗୁଁ ଲାଭବାନ ହେବେ ବୋଲି ଓଡିଶା ଜୀବିକା ମିଶନ ତରଫରୁ ପ୍ରକାଶ କରାଯାଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO