କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୧ ୯ /୦୬/୨୦୨୦,ଆଜି ସନ୍ଧ୍ୟା ୫ ଟା ସମୟରେ ସ୍ବଦେଶୀ ଜାଗରଣ ମଞ୍ଚ ପୁରୀଜିଲ୍ଲା ତରଫରୁ ସ୍ଥାନୀୟ ଟାଉନ ଥାନା ସମୁଖ ବଡଦାଣ୍ଡ ଠାରେ ଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ଭୂୟାଁଙ୍କ ସଂଯୋଜନାରେ ସହୀଦ ଜବାନଙ୍କ ଉଦେଶ୍ୟରେ ଦୀପ ପ୍ରଜ୍ୱଳନ କରି ଆମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଏଥି ସହ ଚୀନ ଭାରତର ପ୍ରଧାନ ଓ ମାରାତ୍ମକ ଶତ୍ରୁ |
ଏଣୁ ଏହାଦ୍ୱାରା ଉତ୍ପାଦିତ ସମସ୍ତ ବସ୍ତୁ ଯାହାକୁ ଆମେ ବଜ଼ାରରେ ବିକ୍ରୟ କରାଯାଉଛି ତାହା ବର୍ଜନ କରିବା ସହ ଓ ଚୀନ ରାଷ୍ଟ୍ରପତିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା |ଉପସ୍ଥିତ କାର୍ଯ୍ୟକର୍ତା ଓ ସହରବାସୀଙ୍କ ଉଦେଶ୍ୟରେ ପ୍ରାନ୍ତ ସଂଘର୍ଷ ବାହିନୀ ପ୍ରମୁଖ ସଛୀନନ୍ଦନ ଦାଶ ଆହ୍ୱାନ ଦେଇ କହିଲେ ଯେ ଆମ ସୈନ୍ୟ ମାନଙ୍କର ଅମୁଲ୍ୟ ବଳିଦାନକୁ ଵ୍ୟର୍ଥ ନକରି ସେମାନଙ୍କ ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଚୀନ ଉତ୍ପାଦିତ ବସ୍ତୁକୁ ବର୍ଜନ କରିବାର ବଜ୍ର ଶପଥ ନେବା ଆବଶ୍ୟକ |ଜିଲ୍ଲାର ବିଚାର ବିଭାଗ ପ୍ରମୁଖ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ସହିଦ ଜବାନ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେବା ସହ ଚୀନ ଉତ୍ପାଦିତ ଦ୍ରବ୍ୟର ବର୍ଜନ ଆମପାଇଁ ଶ୍ରେଷ୍ଠ ରାଷ୍ଟ୍ରଧର୍ମ ହେବ ବୋଲି ଆହ୍ୱାନ ଦେଇଥିଲେ |ଉପସ୍ଥିତ ସମସ୍ତ ପ୍ରଦେଶୀ କାର୍ଯ୍ୟକର୍ତ୍ତା ଆଗାମୀ ଦିନରେ କିପରି ଚୀନ ବସ୍ତୁର ବ୍ୟବହାରକୁ ରୋକାଯାଇପାରିବ |
ସେଥି ନିମନ୍ତେ ପ୍ରତିଜ୍ଞାବଧ ପରି କାର୍ଯ୍ୟ କରିବାକୁ ଶପଥ ନେଇଥିଲେ |ସ୍ବଦେଶୀ ଜାଗରଣ ମଞ୍ଚର ମହିଳା ପ୍ରମୁଖ ଭବାନୀ ମିଶ୍ର, ସହ ପ୍ରମୁଖ ଲଷ୍ମୀପ୍ରିୟା ସାହୁ, ଜିଲ୍ଲା ପ୍ରଚାର ପ୍ରଚାର ପ୍ରମୁଖ ଉପେନ୍ଦ୍ର ବିଶୋଇ , କୋଷ ପ୍ରମୁଖ ବିଶ୍ୱନାଥ ପଣ୍ଡା, ନଗର ସଂଯୋଜକ ଅଶୋକ ଦାଶ, ସହ ସଂଯୋଜକ ଜଗନ୍ନାଥ ଷଡ଼ଙ୍ଗୀ, କବିତା ପ୍ରଧାନ, ନଗର ମହିଳା ପ୍ରମୁଖ ସବିତା ବିଶୋଇ, ଅଜୟ ଦାସ, ତରୁଣାର୍ଦ୍ଧିତ ମିଶ୍ର, ବିଚିତ୍ରା ରଞ୍ଜନ ସାହୁ, ଜଗନ୍ନାଥ କୁଣ୍ଡୁ ପ୍ରମୁଖ ଉପସ୍ଥିତ ଥିବାବେଳେ |ଭାରତୀୟ ମଜଦୁର ସଂଘର ସୁଦର୍ଶନ ରାଉଳ, ସମାଜସେବୀ ବିଜୟ ପଟ୍ଟନାୟକ, ହେମନ୍ତ ମହାନ୍ତି, ରବୀନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲେ |ଶେଷରେ ପୂର୍ଣ୍ଣ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ |