
ଭଞ୍ଜନଗର ବ୍ଲକରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି।ଆଜି ପର୍ଯ୍ୟନ୍ତ ଏହି ବ୍ଲକରେ ୧୨ଟି ପଜିଟିଭ କେଶ ଚିହ୍ନଟ ହେବା ପରେ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି।ଗତକାଲି ବ୍ରାହ୍ମଣ ପଦର ପଞ୍ଚାୟତ ର ଝାଲିଆ ଗୋଛାରେ ୬ଟି କେଶ ବହାରିବାରୁ ତାହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ହେବାପରେ ଏବେ ବାରୁଡ଼ା କୁ ମଧ୍ୟ କଣ୍ଟେନମେଣ୍ଟ ଜୋନ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ଆବେଦନ କରାଯାଇଛି।ଏଠାରେ ୨ଜଣ ରାସନ ଦୋକାନୀ ଙ୍କ ଠାରେ କରୋନା ଲକ୍ଷଣ ଦେଖାଯିବା ଏବଂ ଏହି ଗ୍ରାମରେ ବହୁ ପ୍ରବାସୀ ଓଡିଆମାନେ ରହୁଥିବାରୁ ଅଧିକ ସଂକ୍ରମଣ ବୃଦ୍ଧି କୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।ଜିଲ୍ଲା ପ୍ରଶାସନ ର ଆଦେଶ ଆସିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବି.ଡି.ଓ ଅନୀଲ କୁମାର ସେଠୀ କହିଛନ୍ତି।
ଭଞ୍ଜନଗର ରୁ ଜେ.କେ ପଟ୍ଟନାୟକ ଙ୍କ ରିପୋର୍ଟ…
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO