
ଗାଙ୍ଗପୁର/ବେଲଗୁଣ୍ଠI– ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମର କୈଳାସ ଚନ୍ଦ୍ର ସ୍ଵାଇଁଙ୍କ ଝିଅ ବର୍ଷା ରାଣୀ ସ୍ଵାଇଁ ଏବଂ ପୁଅ ଲକ୍ଷ୍ମୀ ନାରାୟଣ ସ୍ଵାଇଁ ଓରଫ୍ ଲକି ଅଜଣା ରୋଗରେ ପୀଡିତ ହୋଇ ଯନ୍ତ୍ରଣା ଭୋଗୁଥିବା ଏବଂ ସେମାନଙ୍କ ଚିକିତ୍ସା ପାଇଁ ଗରିବ ବାପା ଅସମର୍ଥ ଥିବା କଥା ପରିବାର ତରଫରୁ ଅଭିଯୋଗ ହେବା ପରେ ବ୍ଲକ୍ ପ୍ରଶାସନ ତତ୍ପର ହୋଇ ଉଠିଛି I ଶିଶୁ ମାନଙ୍କ ପିତା କୈଳାସ ଚନ୍ଦ୍ର ସ୍ଵାଇଁଙ୍କ ଗୁହାରି ଆଧାରରେ ବେଲଗୁଣ୍ଠI ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀ ଭୂଷଣ ମହାପାତ୍ର ଆଜି ଅପରାହ୍ଣରେ କୈଳାସଙ୍କ ଘରେ ପହଞ୍ଚି ଦୁଇ ଶିଶୁଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସେମାନଙ୍କର ଚିକିତ୍ସା ବ୍ୟବସ୍ଥା ସହ ପରିବାରର ସୁବିଧା ଅସୁବିଧା ପଚାରି ବୁଝିଥିଲେ I ଏହି ସମୟରେ ବିଡିଓ ମହାଶୟ କୈଳାସଙ୍କ ଦୁଃଖର କାହାଣୀ ଶୁଣି ସାମବେଦନା ଯଥା ଶୀଘ୍ର ବ୍ଲକ୍ ପ୍ରଶାସନ ତରଫରୁ ଯଥା ଶକ୍ତି ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ I କୈଳାସଙ୍କ ପୁଅ ଲକିର ଆଧାର କାର୍ଡ଼ ସମ୍ପର୍କିତ ସମସ୍ୟାର ସମାଧାନ, ରେଡ୍ କ୍ରସ୍ ପାଣ୍ଠିରୁ ଶିଶୁ ଦୁଇଟିର ଚିକିତ୍ସା ପାଇଁ କିଛି ଅର୍ଥ ବ୍ୟବସ୍ଥା କରିବା ସହ ଅଧିକ ଚିକିତ୍ସା ପାଇଁ ମାନନୀୟ ଜିଲ୍ଲାପାଳଙ୍କୁ ଅନୁରୋଧ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ I କୈଳାସଙ୍କ ନିଜସ୍ଵ ଘର କିମ୍ବା ଘର ତିଆରି ପାଇଁ ସ୍ଥାନ ନଥିବାରୁ ଆଗାମୀ ଦିନରେ ଏହି ଦିଗରେ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଡିଓ ମହାଶୟ ପ୍ରତିଶ୍ରୁତି ଦେଇଥିଲେ I ସହାୟତାର ପ୍ରତିଶ୍ରୁତି ପାଇବା ପରେ କୈଳାସ ବ୍ଲକ୍ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି I
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO