
ବ୍ରହ୍ମପୁର: ସହରୀ ବେତନ ନିଯୁକ୍ତି ଅଭିଯାନ ଅଧିନରେ ବ୍ରହ୍ମପୁର ସହରରେ ମହାନଗର ନିଗମ ପକ୍ଷରୁ ବିଭିନ୍ନ ସ୍ୱୟଂ ସହାୟିକା ମହିଳାଙ୍କୁ ନେଇ ଆରମ୍ଭ ହୋଇଥିବା ବର୍ଷାଜଳ ସଂରକ୍ଷଣ ଓ ଖୋଲାଜାଗାର ଉନ୍ନତିକରଣ ସହ ପରିବେଶକୁ ସୌନ୍ଦର୍ଯ୍ୟକରଣ କରିବା କାର୍ଯ୍ୟ କିପରି କରାଯିବ ସେନେଇ ବୈଷୟିକ ତାଲିମ ନେଇଛନ୍ତି ବ୍ରହ୍ମପୁର ମହାନଗର ନିଗମର ଇଞ୍ଜିନିୟର ଗଣ । ଏହି ମର୍ମରେ ରାଜ୍ୟ ନଗର ଉନ୍ନୟନ ବିଭାଗ ସହ ଗଠବନ୍ଧନ ହୋଇଥିବା ସେଣ୍ଟର ଫର୍ ସାଇନ୍ସ ଏଣ୍ଡ୍ ଏଜୁକେଶନ୍(ସିଏସ୍ଇ) ସଂସ୍ଥା ରାଜ୍ୟର ବିଭିନ୍ନ ସହରାଞ୍ଚଳ ଏବଂ ଉନ୍ନୟନ କର୍ତ୍ତୃପକ୍ଷରେ କାର୍ଯ୍ୟରତ ଇଞ୍ଜିନିୟର ମାନଙ୍କୁ ଭିଡିଓ ମିଟିଂ ବା ଜୁମ୍ ମିଟିଂ ସହାୟତାରେ ଶୁକ୍ରବାର ଦିନ ଏକ ତାଲିମ ପ୍ରଦାନ କାର୍ଯ୍ୟକ୍ରମ କରିଥିଲେ । ଏଥିରେ ରାଜ୍ୟର ପୁରୀ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ପାରାଦୀପ, ତାଳଚେର, କଟକ, ଭୁବନେଶ୍ୱର ଓ ଅନୁଗୋଳ ଭାଗ ନେଇଥିଲେ । ଏଥିରେ ବ୍ରହ୍ମପୁର ମହାନଗର ନିଗମର କାର୍ଯ୍ୟରତ ସମସ୍ତ ଇଞ୍ଜିନିୟରମାନେ ସାମିଲ୍ ହୋଇ ବୈଷୟିକ ତାଲିମ ଗ୍ରହଣ କରିଥିଲେ । ସୂଚନାଥାଉକି, କରୋନା ସମୟରେ ବାହାର ରାଜ୍ୟରୁ ନିଜ ଭିଟାମାଟିକୁ ଫେରୁଥିବା କୁଶଳୀ ପ୍ରବାସୀମାନଙ୍କ ସହ ମିଶି ସହରର କିଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତାମାନେ ନିଗମ ଅଧିନରେ ଥିବା ସମସ୍ତ ପାର୍କରେ ବର୍ଷାଜଳ ସଂରକ୍ଷଣ ଓ ଭୂତଳ ଜଳ ସଂରକ୍ଷଣ କିପରି କରାଯିବ ତାର କାର୍ଯ୍ୟ କରୁଛନ୍ତି । ବିଶେଷକରି ବର୍ଷାଦିନେ ବର୍ଷାଜଳକୁ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ ନଗର ଉନ୍ନୟନ ବିଭାଗ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ଶୁକ୍ରବାର ଦିନ ଭିଡିଓ ମିଟିଂ ଜରିଆରେ ସିଏସ୍ଇର ସିନିୟର ଡାଇରେକ୍ଟର ଡା. ସୁରେଶ ରୋହିଲା, ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥି ଭାଥନନ ପ୍ରମୁଖ ଉପସ୍ଥିତରହି ଇଞ୍ଜିନିୟରମାନଙ୍କୁ ବୈଷୟିକ ଜ୍ଞାନ କୌଶଳରେ କିପରି ସ୍ୱୟଂ ସହାୟିକା ଗୋଷ୍ଠୀକୁ ନିୟୋଜିତ କରିବେ ତାର ପରାମର୍ଶ ଦେଇଥିଲେ । ନିଗମର ସିଟି ଇଞ୍ଜିନିୟର ମନୋରଞ୍ଜନ ମାଲି, ନିର୍ବାହୀଯନ୍ତ୍ରୀ ବସନ୍ତ କୁମାର ପାଢ଼ୀ, ସହକାରୀ ନିର୍ବାହୀଯନ୍ତ୍ରୀ ରଞ୍ଜନ କୁମାର ପଣ୍ଡା, ଓଏମ୍ ନାଗେଶ୍ୱର ସୁବୁଦ୍ଧି, ଡେପୁଟି ନିର୍ବାହୀଯନ୍ତ୍ରୀ ସୀମାଞ୍ଚଳ ଷଢ଼ଙ୍ଗୀ, ଏଇ ଜିତେନ୍ଦ୍ର ପଟ୍ଟନାୟକ, କୈଳାଶ ନାୟକ, ତପନ ରୟ, ରାଜୀବ ପଣ୍ଡାଙ୍କ ସମେତ କନିଷ୍ଠଯନ୍ତ୍ରୀ ସ୍ୱପ୍ନା ସାହୁ, ସୁତିକା ପାତ୍ର, ଶୁଭସ୍ମିତା ପୃଷ୍ଟି, ଗଣେଶ ପାତ୍ର, ଶୁଭଶ୍ରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO