
ବ୍ରହ୍ମପୁର: ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କର୍ମୀମାନେ ସହରର ଗରିବ ଓ କଂଗ୍ରେସ ସମର୍ଥକମାନଙ୍କୁ ଗୋଟିଏ ଗୋଟିଏ ଚାଉଳ ବସ୍ତା ପ୍ରଦାନ କରିଥିଲେ । ଭାରତ-ଚୀନ ସୀମାରେ ଶହୀଦ୍ ହୋଇଥିବା ଯବାନ୍ମାନଙ୍କ ପାଇଁ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ରାହୁଲ ଗାନ୍ଧୀଙ୍କ ଲମ୍ବା ଜୀବନ କାମନା କରାଯିବା ସହ ଧର୍ମ ନିରପେକ୍ଷ, ଗଣତନ୍ତ୍ର, ସାଧାରଣ ଲୋକଙ୍କ ସ୍ୱରରେ ରକ୍ଷକ ଭାବରେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ନେତାମାନେ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଳା କଂଗ୍ରେସ ସଭାପତି ଡା. ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପିତବାସ ପଣ୍ଡା, କୃଷକ ନେତା ରଶ୍ମିରଞ୍ଜନ ପଟ୍ଟନାୟକ, ଲିଙ୍ଗରାଜ ଚୌଧୁରୀ, ସାଇ ପାତ୍ର, ମହିଳା ନେତ୍ରୀ ସ୍ମୃତିମୟୀ ପଟ୍ଟନାୟକ, ଆରତୀ ଦେବୀଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO