![](https://indokalingtimes.com/wp-content/uploads/2019/09/IMG-20190925-WA0106.jpg)
ସାନଖେମୁଣ୍ଡି: ରାଜ୍ୟ ସରକାରଙ୍କ ବିଡ଼ିଓ ସ୍ତରରେ ଅଦଳବଦଳ ପ୍ରକ୍ରିୟାରେ ସାନଖେମୁଣ୍ଡି ବିଡ଼ିଓ ଶ୍ରୀ ଶିବଶଙ୍କର ମିଶ୍ରଙ୍କୁ ଗଁଦିଆ ବ୍ଲକକୁ ବଦଳି ହୋଇଥିବା ସହ ସାନଖେମୁଣ୍ଡି ବିଡ଼ିଓ ଭାବେ ଆସିକା ବିଡ଼ିଓ ଶ୍ରୀ ଗାୟତ୍ରୀଦତ୍ତ ନାୟକଙ୍କୁ ବଦଳି ହୋଇଅଛି। ଏଠାରୁ ବଦଳି ହୋଇଥିବା ବିଡ଼ିଓ ଶ୍ରୀ ଶ୍ରୀ ଶିବଶଙ୍କର ମିଶ୍ର ଶ୍ରୀ ଗୌରହରି ନାୟକଙ୍କୁ ଦାୟିତ୍ୱ ପ୍ରଦାନ କରି ଏଠାରୁ ଚାଲିଯାଇଥିବା ବେଳେ ବୁଧବାର ଦିନ ସାନଖେମୁଣ୍ଡି ନୂଆଁ ଗୋଷ୍ଟି ଉନ୍ନୟନ ଅଧିକାରୀ ଭାବେ ରାଜ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀ ଗାୟତ୍ରୀଦତ୍ତ ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଡ଼ିଓ ଶ୍ରୀ ନାୟକ କାର୍ଯ୍ୟଳୟ ପହଞ୍ଚି ଦାୟିତ୍ୱ ଗ୍ରହଣ କରିବା ପରେ ସମସ୍ତ ବ୍ଲକ୍ ସ୍ତରୀୟ ଅଧିକାରୀଙ୍କୁ ସୌଜନ୍ୟ ମୁଳକ ପରିଚୟ ଆଦାନ ପ୍ରଦାନ ସହିତ ଷ୍ଟାଫ ବୈଠକ ଡାକିଥିଲେ। ବ୍ଲକ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ସହକାରୀଯନ୍ତ୍ରୀ, ଉନ୍ନୟନ ବିଭାଗ ଯନ୍ତ୍ରୀ, ଗ୍ରାମ ପଞ୍ଚାୟତ ଯାନ୍ତ୍ରିକ ସହାୟକ ସମୂହଙ୍କ ସହ ପଞ୍ଚାୟତ ସ୍ତରୀୟ ନିର୍ବାହୀ ଅଧିକାରୀ ସହ ବ୍ଲକରେ କରାଯାଇଥିବା ବିଗତ ଦିନର ଉନ୍ନୟନ ମୂଳକ କାର୍ଯ୍ୟଧାରାକୁ ଅକଲୋଚନ କରିଥିଲେ।
ସମିତି ସ୍ତରରେ ପଞ୍ଚାୟତ ଦ୍ୱାରା କରାଯାଇଥିବା ପ୍ରକଳ୍ପର ତର୍ଜମା କରି ଏତାଦୃଶ୍ୟ ପ୍ରକଳ୍ପର ସାମାଜିକ ଉପଯୋଗୀତାକୁ ନେଇ ସଂଶୟ ପ୍ରକାଶ କରିଥିଲେ। ପରନ୍ତୁ ଆବାସ ଯୋଜନା, ସାମାଜିକ ସୁରକ୍ଷା ଜନିତ ଭତ୍ତା, ଆଦର୍ଶ ଗୁହାଳ ଗୃହ, ଏମଜିନରେଖା, ମନରେଗା ଆଦି ଯୋଜନାରେ କର୍ମଚାରୀ ଓ ଜନନେତାଙ୍କ ଅମନଯୋଗୀ ତଥା ହ୍ଵରଭିସନ୍ଧି ବିହୀନ ବିକାଶ ଭାବଧାରାକୁ ନାପସନ୍ଦ କରିଥିଲେ। ପୂର୍ବ ଅଭିଜ୍ଞତାକୁ ଆଧାର କରିସାନଖେମୁଣ୍ଡି ଭଳି ଏକ ପଞ୍ଚାୟତ ସମିତିରେ ପ୍ରତିନିଧିଙ୍କ ଦ୍ୱାରା ଷ୍ଟାଣ୍ଡ ହୋଇଥିବା ବିକାଶକୁ ପୁନଜୀବିତ କରାଇବା ପାଇଁ କର୍ମଚାରୀଙ୍କୁ ସଜାଗ କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନୂତନ ବିଡ଼ିଓଙ୍କୁ ସ୍ୱାଗତ କରିବା ନେଇ ପଞ୍ଚାୟତ ପ୍ରତିନିଧିଙ୍କ ଦ୍ୱାରା କରାଯାଇଥିବା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସଶ୍ରଦ୍ଧାର ସହିତ ଗ୍ରହଣ କରି ଏକ ଉଲ୍ଲେଖନୀୟ ଭାବନ୍ତରରେ ବିନମ୍ରତାର ଜନ ପ୍ରତିନିଧିଙ୍କୁ ଅଞ୍ଚଳର ସାମାଜିକ ବିକାଶରେ ଭାଗିଦାରୀ ରହି ସରକାରଙ୍କ ଆଭିମୁଖ୍ୟକୁ ଜନ ସାଧାରଣଙ୍କ ଠାରେ ପ୍ରତିପାଦିତ କରିବାକୁ ପରାମର୍ଶ ନେଇଥିଲେ। ପ୍ରଶାସନିକ କର୍ମଚାରୀଙ୍କ ସହିତ ଜନପ୍ରତିନିଧିଙ୍କ ପୂର୍ଣ ଭାବାଦେଶ ହିଁ ଯୋଜନାର ସଫଳ ରିପାୟନର ଚାବିକାଠି ହୋଇଥିବାରୁ ଜନପ୍ରତିନିଧିଙ୍କୁ ବାରମ୍ବାର ସମିତି କାର୍ଯ୍ୟଳୟରେ ଭିଡ଼ ନଜମାଇ ଅଞ୍ଚଳ ବିକାଶ ପାଇଁ, ଗ୍ରାମ୍ୟ ସ୍ତରର ବିକାଶ ପାଇଁ ଧାରା ଚୟନ କରିବାକୁ ପରାମର୍ଶ ଦେଇଥିଲେ। ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଅମିତ ପ୍ରଧାନ, ନିତ୍ୟାନନ୍ଦ ପ୍ରଧାନ, ସନ୍ତୋଷ କୁମାର ବିଷୋୟୀ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସଂକର୍ଷଣ ସ୍ବାଇଁ, ମାଧବ ଦୋରା, ବାବୁ ପ୍ରଧାନ, ଓମ ପ୍ରସାଦ ସାହୁ, ପ୍ରଶାନ୍ତ ସ୍ୱାଇଁ, ଧୋବା ପ୍ରଧାନ ପ୍ରମୁଖଙ୍କ ସହିତ ବହୁ ଜନପ୍ରତିନିଧି ସହ ବିଜେଡି ଛାମୁଆ ନେତା ଉପସ୍ଥିତ ଥିଲେ। ରିପୋର୍ଟ: ପ୍ରଫୁଲ୍ଲ ସାବତ।