![](https://indokalingtimes.com/wp-content/uploads/2019/09/modi01-1.jpg)
![](https://indokalingtimes.com/wp-content/uploads/2019/09/modi-e1569414114999.jpg)
ନୂଆଦିଲ୍ଲୀ – ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଗ୍ଲୋବାଲ ଗୋଲକିପର’ ପୁରସ୍କାର ପ୍ରଦାନ କରାଯାଇଛି । ନ୍ୟୁୟର୍କରେ ୨୪ ସେପ୍ଟେମ୍ବର, ୨୦୧୯ରେ ଜାତିସଂଘର ସାଧାରଣ ଅଧିବେଶନ ସମୟରେ ଏହି ପୁରସ୍କାର ପ୍ରଦାନ ସମାରୋହ ଆୟୋଜନ ହୋଇଥିଲା ।
ଯେଉଁ ଭାରତୀୟମାନେ ସ୍ୱଚ୍ଛ ଭାରତ ଅଭିଯାନକୁ ଏକ ଜନ ଆନେ୍ଦାଳନରେ ପରିଣତ କରିଛନ୍ତି ଏବଂ ଏହାକୁ ତାଙ୍କ ଦୈନଦିନ ଜୀବନର ଏକ ଅଂଶବିଶେଷ ଭାବେ ପରିଣତ କରିଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କ ଉଦେ୍ଧଶ୍ୟରେ ଏହି ପୁରସ୍କାରକୁ ଉତ୍ସର୍ଗ କରିଥିଲେ ।
“ଭାରତର ଜନସାଧାରଣଙ୍କ ପାଇଁ ସ୍ୱଚ୍ଛ ଭାରତ ମିଶନ ସଫଳ ହୋଇଛି । ସେମାନେ ଏହାକୁ ଜନ ଆନେ୍ଦାଳନରେ ପରିଣତ କରିଦେଲେ ଯାହାଫଳରେ କି ଇପ୍ସିତ ଫଳ ମିଳିଲା,” ବୋଲି ପୁରସ୍କାର ପାଇବା ପରେ ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏହି ପୁରସ୍କାର ଗ୍ରହଣ କରିବା ଏକ ତାପôର୍ଯ୍ୟପୂର୍ଣ୍ଣ ମୁହୂର୍ତ ବୋଲି ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ସ୍ୱଚ୍ଛ ଭାରତ ଅଭିଯାନ ଏକ ପ୍ରମାଣ ଯେ ଯେତବେଳେ ୧୩୦ କୋଟି ଭାରତୀୟ ଶପଥ ନିଅନ୍ତି, ସେତବେଳେ ଯେକୌଣସି ଆହ୍ୱାନର ସମାଧାନ କରିହେବ । ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ପୁରଣ କରିବାରେ ଭାରତ ଅନେକ ପ୍ରଗତି କରିଥିବା ସେ ପ୍ରକାଶ କରିଥିଲେ ।