ବ୍ରହ୍ମପୁର: ଶନିବାର ରାଜ୍ୟ ପୋଲିସ ମୁଖ୍ୟାଳୟରୁ ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତ ୨ଜଣ ଇନ୍ସିପେକ୍ଟରକୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଇ ଅନ୍ୟ ଜିଲ୍ଲାରେ କାର୍ଯ୍ୟରତ ୩ଜଣ ଇନ୍ସିପେକ୍ଟର ଓ ୨ଜଣ ସବ୍ଇନ୍ସିପେକ୍ଟରକୁ ଏହି ଜିଲ୍ଲାରେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି । ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ କାର୍ଯ୍ୟରତ ଇନ୍ସିପେକ୍ଟର ସୁମନ୍ତ କିଷାନଙ୍କୁ କେନ୍ଦ୍ରାପଡା ଜିଲ୍ଲାକୁ ବଦଳି ହୋଇଥିବା ବେଳେ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଗୌରାଙ୍ଗଚରଣ ସାହୁକୁ ଭଦ୍ରକ ଜିଲ୍ଲାକୁ ବଦଳି ହୋଇଛି । ସେହିପରି ଭିଜିଲାନ୍ସ ବିଭାଗରେ କାର୍ଯ୍ୟରତ ଭଲିଣ୍ଟିନା ରଏକୁ ସାଧାରଣ ପୋଲିସ ବିଭାଗକୁ ବଦଳି କରାଯାଇ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଅବସ୍ଥାପିତ କରାଯାଇଥିବା ବେଳେ କଟକ ସିଆଇଡିସିବିରେ କାର୍ଯ୍ୟରତ ଅକ୍ଷୟ କୁମାର ନାଏକଙ୍କୁ ବ୍ରହ୍ମପୁର ପୋଲିସ ଜିଲ୍ଲାକୁ ବଦଳି ହୋଇଛି । କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟରତ ରାମ କୁମାର ମୁର୍ମୁଙ୍କୁ ବ୍ରହ୍ମପୁର ପୋଲିସ ଜିଲ୍ଲାକୁ ବଦଳି ହୋଇଛି । ସେହିପରି ଗଞ୍ଜାମ ପୋଲିସ ଜିଲ୍ଲାକୁ ଭୁବନେଶ୍ୱର ପୋଲିସ କମିଶନରେଟରୁ ଦିଲ୍ଲୀପ କୁମାର ସ୍ୱାଇଁଙ୍କୁ ଗଞ୍ଜାମ ପୋଲିସ ଜିଲ୍ଲାକୁ ବଦଳି ହୋଇଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟରତ ସବ୍ଇନ୍ସିପେକ୍ଟର ପ୍ରଫୁଲ୍ଲ କୁମାର ସାହୁ ଓ ଭଦ୍ରକ ଜିଲ୍ଲାରେ କାର୍ଯ୍ୟରତ ସସ୍ମିତା ସେଠୀଙ୍କୁ ବ୍ରହ୍ମପୁର ପୋଲିସ ଜିଲ୍ଲାକୁ ବଦଳି ହୋଇଥିବା ଜଣାପଡିଛି ।