
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବି.ଡି.ପୁର ଗ୍ରାମ ପଂଚାୟତରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଓ ବିଶ୍ୱ ପରିବେଶ ଉପଲକ୍ଷେ ବି.ଡି.ପୁର ର ତେନ୍ତୁଳିଅ ଶାସନ ଦେବସ୍ଥାନ ମହାବିଦ୍ୟାଳୟ,ଚନ୍ଦ୍ର ଶେଖର କୃଷି ଉଚ୍ଚ ବିଦ୍ୟାଳୟ ଏବଂ ଚନ୍ଦ୍ର ଶେଖର ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ ତିନିଟିଯାକ ସଂଘରୋଧ ଗୃହ ରେ ଥିବା ସୁରତ ଫେରନ୍ତା ଅନ୍ତଃବାସୀ ମାନଙ୍କ ପାଇଁ ଏକ ସଚେତନ କାଯ୍ୟକ୍ରମ କରାଯାଇଥିଲା। ଏହି କାଯ୍ୟକ୍ରମ ରେ ଯୋଗ ଦେଇଥିଲେ ଅବସର ପ୍ରାପ୍ତ ବନକର୍ମଚାରୀ ଏବଂ ମୁଖ୍ୟ ସଂଯୋଜକ ଭାବେ ଯୋଗ ଦେଇଥିଲେ ଶୂଳପାଣି ଶତପଥୀ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କ୍ଷେତ୍ରୀୟ ବରପୁର ମହାବିଦ୍ୟାଳୟ ଅଧ୍ୟାପକ ବି.ଗୋବିନ୍ଦ ରାଓ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହାତ ଧୋଇବା ପାଇଁ ୬ ଗୋଟେ ସୂତ୍ର ବାଲ୍ଟି,ସାବୁନ ରଖି ବୁଝାଇ ଥିଲେ ।ତା ସାଙ୍ଗେ ସାଙ୍ଗେ ଶୂଳପାଣି ଶତପଥୀ ଓ ସାସଂଦ ପ୍ରତିନିଧି ଶ୍ରୀ ବିପ୍ର ଚରଣ ବାରିକ ଗଛ ଲଗାଇବା ଦ୍ୱରା ପରବେଶ ଭଲ ହୋଇଥାଏ ଏବଂ ଭୂକମ୍ପ ଠାରୁ ଆରମ୍ଭ ବିଭିନ୍ନ ପ୍ରକୃତିକ ବିପଜୟ ଓଡିଶା କୁ ଗ୍ରାସ ରୁ ମୁକ୍ତି ମିଳିଥାଏ।
ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଦେଇଥିବା କୋରାନ ବାତ୍ତା କୁ କିପରି ପାଳନ କରିବା ବିଷୟରେ ବୁଝାଇ ଥିଲେ ଏବଂ ତା ସହିତ ମୁଖ୍ୟମନ୍ତ୍ରୀ ଙ୍କ ବାତ୍ତା ଏବଂ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାତ୍ତା ଖବର କାଗଜ ରୁ cut piece ବାହାର କରି ଅନ୍ତଵାସୀ ବଣ୍ଟାନ କରାଯାଇ ଥିଲା । ତା ସାଙ୍ଗେ ସାଙ୍ଗେ କୁନି କଣ୍ଠ ଶିଳ୍ପୀ ପ୍ରାର୍ଥନା ଚାଁନେଲ ରାଜ୍ୟ ଦ୍ୱତୀୟ ପୁରସ୍କାର ପ୍ରାପ୍ତ ଶ୍ରୀ ବିଶ୍ୱଜିତ ମହାରଣା ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ତିନିଟା ଯାକ ସଂଘରୋଧ କେନ୍ଦ୍ର ରେ ଦୁଇଟି ଲେଖାଁଏ ଭଜନ ଗାଇ ମନ ମୁଗ୍ଧ କରିବା ସହିତ ଭଜନ ଦୂରା ଆଧ୍ୟାତ୍ମିକ ପରିବେଶ ସୁଷ୍ଟି କରିଥିଲେ ଏବଂ ପ୍ରଶାନ୍ତ କୁମାର ପ୍ରଧାନ ଯିଏ କି ଜଣେ ସ୍ୱେଚ୍ଛାସେବି ତାଙ୍କର ସହଯୋଗୀ ମାନଙ୍କ ସହିତ ଆସି ବି.ଡି.ପୁର ସଂଘରୋଧ କେନ୍ଦ୍ର ରେ ଥିବା ଅନ୍ତଵାସୀ ମାନଂକୁ ସଚେତନ କରିଥିଲେ । ସରପଞ୍ଚ ଶ୍ରୀ କୃଷ୍ଣ ଚନ୍ଦ୍ର ରଥ ସ୍ବାଗତଂ କରିବା ସହିତ ସଚେତନ କରିଥିଲେ । ଧନ୍ୟବାଦ ଦେଇଥିଲି ଯୁବ ସମିତି ସଭ୍ୟ ଶ୍ରୀ ଅମିର କୁମାର ସ୍ୱାଇଁ ଗ୍ରାମପଂଚାୟତ ନିର୍ବାହି ଅଧିକାର ଶ୍ରୀ ପ୍ରଦୀପ କୁମାର ପ୍ରଧାନ ଓ ଜି.ଆର.ଏସ୍ ଶ୍ରୀ ସରୋଜ କୁମାର ନାୟକ ସଂଘରୋଧ ଥିବା ଶିକ୍ଷକ ଶିକ୍ଷୟତ୍ରୀ ଅଙ୍ଗନବାଡି କର୍ମଚାରୀ, ଆଶା ଦିଦି ବି.ଡି.ପୁର ସହର ବ୍ୟବସାୟୀ ସଂଘ ବିଭିନ୍ନ ଲୋକ ଯୋଗ ଦେଇଥିଲେ ଅଭିମନ୍ୟୁ ସ୍ୱାଇଁ, ଜିତେନ୍ଦ୍ର ରଥ, ନାରାୟଣ ମହାରଣା ଶିଶିର ସ୍ୱାଇଁ, ପ୍ରଭାତ କୁମାର ବାରିକ ପ୍ରମୁଖ ଯୋଗ ଦେଇଥିଲେ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO