-
୬୮,୮୦୦ କୋଚରେ ସଂଯୁକ୍ତ ଜୈବ ଶୌଚାଳୟର ମୋଟ ସଂଖ୍ୟା ୧୦୦ ପ୍ରତିଶତ ମୋଟ କଭରେଜ ସହିତ ୨,୪୫,୪୦୦ରୁ ଅଧିକ ହେଲା
-
୨୦୧୯-୨୦ରେ ପରିବେଶ ପରିଚାଳନା ପ୍ରଣାଳୀର କାର୍ଯ୍ୟାନ୍ୱୟନ ଲାଗି ୨୦୦ ରେଳ ଷ୍ଟେସନକୁ ମିଳିଲା ଆଇଏସଓ : ୧୪୦୦୧ ମାନ୍ୟତା
-
ଯାତ୍ରୀମାନଙ୍କୁ ସ୍ୱଚ୍ଛ ପରିବେଶ ଓ ସୁଗମ ଯାତ୍ରା ଅନୁଭବ ପ୍ରଦାନ କରିବା ଲାଗି ଭାରତୀୟ ରେଳ ସ୍ୱଚ୍ଛ ଭାରତ, ସ୍ୱଚ୍ଛ ରେଳ ପ୍ରୟାସ ଅନ୍ତର୍ଗତ ଗ୍ରହଣ କଲା ଅନ୍ୟାନ୍ୟ ପଦକ୍ଷେପ
ନୂଆଦିଲ୍ଲୀ– ଭାରତୀୟ ରେଳ ବିଶ୍ୱର ସର୍ବଶ୍ରେଷ୍ଠ ରେଳ ନେଟୱର୍କ ମଧ୍ୟରୁ ଅନ୍ୟତମ । ଏହା ନିଜର ନେଟୱର୍କ ମାଧ୍ୟରେ ଯାତ୍ରୀମାନଙ୍କୁ ବିଶ୍ୱସ୍ତରର ସୁବିଧା ପ୍ରଦାନ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ । ନିଜର ଯାତ୍ରୀମାନଙ୍କୁ ସ୍ୱଚ୍ଛ ବାତାବରଣ ଓ ସୁଗମ ଯାତ୍ରା ଅନୁଭୂତି ପ୍ରଦାନ କରିବା ଲାଗି ଭାରତୀୟ ରେଳ ‘ସ୍ୱଚ୍ଛ ଭାରତ, ସ୍ୱଚ୍ଛ ରେଳ’ ଅଭିଯାନ ଅନ୍ତର୍ଗତ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି ।
ଏଥିମଧ୍ୟରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିମ୍ନରେ ଦିଆଯାଇଛି:
୨୦୧୯-୨୦ରେ ୧୪,୯୧୬ଟି ରେଳ ଡବାରେ ୪୯,୪୮୭ ଜୈବ ଶୌଚାଳୟ ସଂଯୁକ୍ତ କରାଯାଇଛି । ଏଥିସହିତ ୧୦୦ ପ୍ରତିଶତ କଭରେଜ ସହିତ ୬୮,୮୦୦ କୋଚରେ ଲଗାଯାଇଥିବା ଜୈବ ଶୌଚାଳୟର ମିଳିତ ସଂଖ୍ୟା ୨,୪୫,୪୦୦ରୁ ଅଧିକ ହୋଇଯାଇଛି ।
ଅକ୍ଟୋବର ୨୦୧୯ରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଗାନ୍ଧୀ ଜୟନ୍ତୀ ପରଠାରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକର କୌଣସି ଉପଯୋଗ କରାଯାଉ ନାହିଁ । ରେଳବାଇର ପ୍ରୟାସକୁ ଧ୍ୟାନରେ ରଖି ‘ସ୍ୱଚ୍ଛ କାର୍ଯ୍ୟ ଯୋଜନା’ର କାର୍ଯ୍ୟାନ୍ୱୟନ ଲାଗି ରେଳ ମନ୍ତ୍ରଣାଳୟକୁ ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ସର୍ବଶ୍ରେଷ୍ଠ ପ୍ରୟାସ ନିମନ୍ତେ ଚୟନ କରାଯାଇଥିଲା ଏବଂ ଭାରତର ରାଷ୍ଟ୍ରପତି ୬ ସେପ୍ଟେମ୍ବର ୨୦୧୯ରେ ମନ୍ତ୍ରଣାଳୟକୁ ସମ୍ମାନିତ କରିଥିଲେ ।
୨୦୦ରେଳ ଷ୍ଟେସନକୁ ୨୦୧୯-୨୦ରେ ପରିବେଶ ପରିଚାଳନା ପ୍ରଣାଳୀ କାର୍ଯ୍ୟାନ୍ୱୟନ ଲାଗି ଆଇଏସଓ:୧୪୦୦୧ ମାନ୍ୟତା ପ୍ରଦାନ କରାଗଲା । ସମନ୍ୱିତ ମେସିନ ଚାଳିତ ସଫେଇ କାର୍ଯ୍ୟରେ ଏବେ ୯୫୩ ଷ୍ଟେସନରେ ପ୍ରଦାନ କରାଯାଉଛି । ୨୦୧୯-୨୦ରେ ସ୍ୱଚ୍ଛତା ଗୁଣବତା ପ୍ରତି ଯାତ୍ରୀଙ୍କ ଧାରଣା ଉପରେ ସ୍ୱାଧୀନ, ତୃତୀୟ ପକ୍ଷ ସର୍ବେକ୍ଷଣ ୭୨୦ ଷ୍ଟେସନରେ କରାଯାଇଥିଲା । ପୂର୍ବରୁ ଏହି ସର୍ବେକ୍ଷଣ ୪୦୭ଟି ଷ୍ଟେସନରେ କରାଯାଇଥିଲା । ରାଜଧାନୀ, ଶତାବ୍ଦୀ, ଦୂରୋନ୍ତୋ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଲମ୍ବା ଦୂରତାର ମେଲ/ଏକ୍ସପ୍ରେସ ରେଳ ଗାଡ଼ି ସମେତ ୧୧୦୦ ଯୋଡ଼ାରୁ ଅଧିକ ରେଳଗାଡ଼ିରେ ଯାତ୍ରା ସମୟରେ ଶୌଚାଳୟ, ଦ୍ୱାର, କରିଡର ଏବଂ ଯାତ୍ରୀ ଡବାରେ ସଫେଇ ଲାଗି ଟ୍ରେନରେ ହାଉସ କିପିଂ ସେବା (ଓବିଏଚଏସ) ସୁବିଧା ଉପଲବ୍ଧ ରହିଛି ।
‘କୋଚ ମିତ୍ର’ ସେବାର ଚାହିଦା ଉପରେ ଆଧାରିତ ଏସଏମଏସ ଦ୍ୱାରା ସମର୍ଥିତ ଓବିଏଚଏସ ସେବା ଏବେ ୧୦୬୦ ଯୋଡ଼ାରୁ ଅଧିକ ଟ୍ରେନରେ ମିଳିପାରିବ ।
ଏପରି କୋଚର ଯାତ୍ରୀମାନଙ୍କୁ ଦିଆଯାଉଥିବା ଚଦର ଧୋଇବାର ଗୁଣବତାରେ ସୁଧାର ଲାଗି ମେସିନ ଯୁକ୍ତ ଲଣ୍ଡ୍ରି ପ୍ରତିଷ୍ଠା କରାଯାଉଛି । ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ୮ଟି ମେସିନଚାଳିତ ଲଣ୍ଡ୍ରି ସ୍ଥାପନ ।
ଷ୍ଟେସନରୁ ବାହାରୁଥିବା ପ୍ଲାଷ୍ଟିକ ବର୍ଜ୍ୟକୁ କମ କରିବା, ପୁନଚକ୍ରଣ କରିବା ଏବଂ ପରିଚାଳନା କରିବା ଲାଗି ଏକ ପ୍ରୟାସ ସ୍ୱରୂପ ଜୋନାଲ ରେଳବାଇ ଦ୍ୱାରା ପ୍ଲାଷ୍ଟିକ ବୋତଲ କ୍ରସିଂ ମେସିନ ପ୍ରତିଷ୍ଠା ନିମନ୍ତେ ବ୍ୟାପକ ନୀତିଗତ ଦିଶା-ନିର୍ଦ୍ଦେଶ ଅଣାଯାଇଛି । ବର୍ତମାନ, ଭାରତୀୟ ରେଳବାଇ ଅନେକ ଜିଲ୍ଲା ମୁଖ୍ୟାଳୟ ରେଳ ଷ୍ଟେସନ ସମେତ ୨୨୯ଟି ଷ୍ଟେସନରେ ପାଖାପାଖି ୩୧୫ଟି ଏଭଳି ମେସିନ ସ୍ଥାପନ କରାଯାଇଛି ।
ଷ୍ଟେସନରେ ପାଣି ଭରିବା ସମୟକୁ ହ୍ରାସ କରିବା ଲାଗି ୨୦୧୯-୨୦ରେ (ମୋଟ ୪୪) ୨୯ଟି ସ୍ଥାନରେ ତ୍ୱରିତ ଜଳ ଭରିବା ସୁବିଧା ପ୍ରତିଷ୍ଠା କରାଯାଇଛି ।