ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ର ସାମାଜିକ ଦାୟିତ୍ୱବୋଧ ବିଭାଗ (ସିଏସଆର) ଓ ସଙ୍ଗମ ମହିଳା ମଣ୍ଡଳର ମିଳିତ ଉଦ୍ୟମରେ ଗତକାଲି ସ୍ଥାନୀୟ ଡାଲମିଆ ସିମେଣ୍ଟ ଅଡିଟୋରିଅମରେ ରାଜଗାଙ୍ଗପୁରର କିଛି ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯାଇଥିଲା l ଅତିଥି ଭାବେ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ର ପୂର୍ବାଂଚଳ ଉତ୍ପାଦନ ମୁଖ୍ୟ ଶ୍ରୀ ସୁନୀଲ କୁମାର ଗୁପ୍ତା, ଖଣି ମୁଖ୍ୟ ସରୋଜ ରାଉତ, ରାଜଗାଙ୍ଗପୁର କାରଖାନା ମୁଖ୍ୟ ଲୋକେଶ କୁମାର ବାହେତି, ସଙ୍ଗମ ମହିଳା ମଣ୍ଡଳର ସଭାନେତ୍ରୀ ସୁନିତା ଗୁପ୍ତା ଏବଂ ମିଳନ ମହିଳା ମଣ୍ଡଳର ସଭାନେତ୍ରୀ ପ୍ରିୟଙ୍କା ବହେତି ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ୩୭୧ ଜଣ ବୟୋଜ୍ୟେଷ୍ଠ ନାଗରିକଙ୍କ ଚକ୍ଷୁ ପରୀକ୍ଷା କରିଯିବା ପରେ, ତିଳକ ଲାଗଯାଇ ଏବଂ ବସ୍ତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା l
ଶ୍ରୀ ଗୁପ୍ତା କହିଥିଲେ, ଆଜି ଆମେ ଯାହାକିଛି ଅଛୁ, ତାହା ଆମର ବରିଷ୍ଠ ଲୋକମାନଙ୍କର ଆଶୀର୍ବାଦ ପାଇଁ l ଶ୍ରୀ ରାଉତ କହିଥିଲେ, ବୟୋଜ୍ୟେଷ୍ଠ ଲୋକ ବୃଦ୍ଧ ନୁହନ୍ତି, ବରଂ ସେମାନେ ଆମର ମାର୍ଗ ଦର୍ଶକ l ଶ୍ରୀମତୀ ଗୁପ୍ତା କହିଥିଲେ, ଆମର ପରମ୍ପରା ଓ ସଂସ୍କୃତି ଦିନକୁ ଦିନ ଲୁପ୍ତ ହେବାରେ ଲାଗିଛି l ବରିଷ୍ଠ ମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବାର ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସଙ୍ଗମ ମହିଳା ମଣ୍ଡଳର ଏହା ଏକ ଛୋଟ ପ୍ରୟାସ l
କାର୍ଯ୍ୟକ୍ରମ ଶେଷରେ ସଙ୍ଗମ ମହିଳା ମଣ୍ଡଳର ସଦସ୍ୟାମାନଙ୍କର ଦ୍ୱାରା ପ୍ରସ୍ତୁତ ମଧ୍ୟାହ୍ନ ଭୋଜନ ବରିଷ୍ଠ ନାଗରିକମାନଙ୍କୁ ପରିବେଷଣ କରାଯାଇଥିଲା l ସିଏସରଆର ବିଭାଗର ଡ଼ ନୀଳାଦ୍ରି ପାଢ଼ୀ, ଜନସମ୍ପର୍କ ବିଭାଗର ଗୁରୁ ପ୍ରସାଦ ଚୌଧରୀ ଏବଂ ସିଭିଲ ବିଭାଗର ସମୀର ଅଗ୍ରୱାଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ସିଏସଆର ବିଭାଗର ଶିବ ନାରାୟଣ ପରିଜା ଏବଂ ସଙ୍ଗମ ମହିଳା ମଣ୍ଡଳର ସଦସ୍ୟାମାନଙ୍କର ନେତୃତ୍ୱରେ କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ହୋଇଥିଲା l