
ବେଲଗୁଣ୍ଠା-୫/୪-କରୋନାର ସଫଳ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ମଧ୍ୟାହ୍ନ ୧୨ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା ହୋଇଛି ।ଆଜି ସଟ୍ ଡାଉନକୁ ଆଖି ଆଗରେ ରଖି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ ଅଚାନକ ବେଲଗୁଣ୍ଠା ଫାଣ୍ଡି ଓ ଗାଙ୍ଗପୁର ଥାନା ଅଞ୍ଚଳରେ ସଟ୍ ଡାଉନ ପରିସ୍ଥିତି ସମୀକ୍ଷା କରି ପୋଲିସର କାର୍ଯ୍ୟଶୈଳୀକୁ ପ୍ରଶଂସା କରିବା ସହ ବେଲଗୁଣ୍ଠା ଓ।ଗାଙ୍ଗପୁର ପୋଲିସ ଙ୍କ ମନୋବଳ ବଢ଼ାଇ ଉତ୍ସାହିତ କରିଥିଲେ ।ବେଲଗୁଣ୍ଠାରେ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଓ ଗାଙ୍ଗପୁର ଥାନା ଠାରେ ଡିଏସପି ସଞ୍ଜୟ କୁମାର ମହାପାତ୍ର ଓ ଥାନଧିକାରୀ ଧୀରେଶ କୁମାର ଦାସ ଶ୍ରୀ ରାୟଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ ।ଆଜି ଆଇନ ଉଲଂଘନ କରି ଦଶଟି ମୋଟରସାଇକଲ୍ କୁ ବେଲଗୁଣ୍ଠା ଫାଣ୍ଡି ପୋଲିସ ଜବତ କରିଛି ।ବେଲଗୁଣ୍ଠା ସହର ସମେତ ଗାଙ୍ଗପୁର, ଗୋବରା, ମଙ୍ଗଳପୁର,କ୍ଷତ୍ରିୟ ବରପୁର, କଣ୍ଟେଇପଲ୍ଲି ଓ ବଡବୋରସିଂ ରେ ସଟ୍ ଡାଉନ୍ ସଫଳ ହୋଇଥିବା ଲକ୍ଷ୍ୟ କରାଯାଇଛି ।ସକାଳ ୭ ଟାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ଅଞ୍ଚଳବାସୀ ବିନା ମଟରସାଇକଲ୍ ରେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ବଜାରକୁ ଯାଇଥିବା ଦେଖାଯାଇଥିଲା ଏବଂ କିଛି ଅମାନିଆ ବାଇକ ଧରି ଯାଇଥିବାରୁ ସେମାନେ ବାଇକ୍ ଜବତ କରାଯାଇଥିଲା।ଏବଂ ୧୨ ଟା ପରେ ବେଲଗୁଣ୍ଠା ସହର ସମେତ ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ନିଶବ୍ଦ ହୋଇଯାଇଥିଲା ।ପ୍ରଶାସନିକ କଟକଣା ଓ ବେଲଗୁଣ୍ଠା ପୋଲିସର ବାରମ୍ବାର ପଇଁତରା ଯୋଗୁଁ ବେଲଗୁଣ୍ଠା ବାସୀ ପୁର୍ବାପେକ୍ଷା ଆହୁରି ସଚେତନ ଥିବା ଲକ୍ଷ୍ୟ କରାଯାଇଛି ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO