
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଳା ଆରକ୍ଷୀ ଅଧିକ୍ଷ୍ଯକ ବ୍ରୀଜେଶ କୁମାର ରାୟ ଆଜି କୋଦଳା ଓ ବେଗୁନିଆପଡା ଅଞ୍ଚଳ ପରିଦର୍ଶନ କରି ପ୍ରଶାସନ ସହିତ କରୋନା କୁ ନେଇ ସମିକ୍ଷ୍ଯ। କରି ଫେରିଥିବା ଜଣାପଡ଼ିଛି । ।କରୋନା ମହାମାରୀର ଉଗ୍ର ରୂପ ଦେଖି ଆଗରୁ ସତର୍କ ଓ ସଚେତନ ପାଇଁ ଜିଲ୍ଳା ପ୍ରଶାସନ ର ନିର୍ଦ୍ଦେଶ ପ୍ରକାରେ ବେଗୁନିଆପଡା ଅଙ୍ଗାର ଗାଁ ପଞ୍ଚାୟତ ସାଳିଆଡେମ ନିକଟସ୍ଥ ଡାଇକି ଛକ ନିକଟ ରେ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି , ତହସିଲଦାର ପ୍ରଭାତ କୁମାର ପରିଡା ,ବେଗୁନିଆପଡା ଫାଣ୍ଡି ସବଇନିସପେକ୍ଟର ଦିପ୍ତୀ ରଞ୍ଜନ ବେହେରା ଏବଂ ସ୍ଥାନୀୟ ସରପଞ୍ଚ ସରୋଜ କୁମାର ସାହୁଙ୍କ ଉପସ୍ଥିତି ରେ ସୀମା କୁ ତାର ବାଡ ମାଧ୍ୟମ ରେ ସିଲ କରାଯାଇଥିଲା ।ସଟ ଡାଉନ ଆରମ୍ଭ ହୋଇଯାଇଥିବା ରୁ ରାତି ତମାମ ଥାନା ଅଧିକାରୀ ସମସ୍ତ ଅଞ୍ଚଳ ପରିଭ୍ରମଣ କରି ତଦାରଖ କରିଥିଲେ ଓ ବେଗୁନିଆପଡା ଓ କୋଦଳା ର ପ୍ରମୁଖ ରାସ୍ତା କୁ ସିଲ କରିଥିଲେ । ସକାଳୁ ସକାଳୁ କିଛି ନିତ୍ଯବଶ୍ଯକୀୟ ଦୋକାନ ବଜାର ଖୋଲା ଥିଲେ ସୁଦ୍ଧା ଜନସାଧାରଣ ସତର୍କ ହୋଇଯାଇଥିଲେ । କୋଦଳା ସମସ୍ତ ମୁକ୍ଷ୍ଯ ରାସ୍ତାକୁ ବନ୍ଦ କରି ପୋଲିସ କଡା ଆଭିମୁକ୍ଷ୍ଯ ଗ୍ରହଣ କରିଥିଲେ ।ପେଟ୍ରୋଲ ଟାଙ୍କି ନିକଟ ରେ ଥାନା ସବ ଇନିସପେକ୍ଟର ଅନୀଲ କୁମାର ସାହୁ ସମସ୍ତ ପଥଚାରୀ ଓ ଗାଡି ଚାଳକଙ୍କୁ ଅଟକାଇ ସେମାନଙ୍କୁ ସଚେତନ କରିବାକୁ ଚେଷ୍ଟା କରିଥିଲେ ।ଅମାନିଆ ଚାଳକଙ୍କ ଗାଡିକୁ ଅଟକାଇ ଥାନା କୁ ନେଇଥିଲେ ।ଦିବା 12 ଘଣ୍ଟ ଠାରୁ ସମସ୍ତ ଦୋକାନ ବଜାର ବନ୍ଦ ହୋଇ ରାସ୍ତାଘାଟ ଖାଁ ଖାଁ ଦେଖାଯାଇଥିଲା । ଏହାରି ଭିତରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରୀଜେଶ କୁମାର ରାୟ ଶନିବାର ଖୋର୍ଦ୍ଧା ଗଞ୍ଜାମ ସୀମା ସିଲ ହୋଇଥିବା ସ୍ଥାନ ପରିଦର୍ଶନ କରିବା ସହିତ ବ୍ଲକ ର ସ୍ଥିତି ଅନୁଧ୍ୟାନ କରି କୋଦଳା ବସଷ୍ଟାଣ୍ଡ ଚାରିଛକ ଠାରେ କିଛି ସମୟ ରହି ଥାନା ଅଧିକାରୀ ଏବଂ ତହସିଲଦାର ଙ୍କ ସହିତ ଆଲୋଚନା କରିଥିଲେ ।ସମିକ୍ଷ୍ଯା ଓ ଆଲୋଚନା ପରେ ସବୁ କିଛି ଠିକ ଚାଲିଥିବା କହିବା ସହିତ ସେ ଗନ୍ତବ୍ୟ ସ୍ଥଳ କୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO