
ବେଲଗୁଣ୍ଠା-୨୨/୩-ସମଗ୍ର ବିଶ୍ୱ ଜନତା କରୋନା କବଳିତ ହୋଇଥିବା ବେଳେ ଭାରତରେ ପ୍ରାୟ ୩୦୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।ଏଥିରୁ ପ୍ରାୟ ୪ ରୁ ୫ଜଣଙ୍କ ମୃତ୍ୟୁବରଣ କରିଛନ୍ତି ।ଏହା ଏକ ସଂକ୍ରମିତ ଭାଇରସ୍ ହୋଇଥିବାରୁ ସମୁହ ସଂକ୍ରମଣ କୁ ରୋକିବା ପାଇଁ ସଚେତନ କରାଇବା ସହ ଭାରତ ସରକାରଙ୍କ ତଥା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜନତା କର୍ଫ୍ୟୁ ଜାରି କରାଯାଇ ସକାଳୁ ରାତି ପର୍ଯ୍ୟନ୍ତ ଘରୁ ନ ବାହାରିବା ପାଇଁ ସମସ୍ତ ଜନସାଧାରଣ ଙ୍କୁ ଅନୁରୋଧ କରାଯାଇଛି ।ଏହି ପରିପ୍ରେକ୍ଷୀରେ ବେଲଗୁଣ୍ଠା ସହରର ଜନସାଧାରଣ ଜନତା କର୍ଫ୍ୟୁକୁ ସ୍ୱତଃ ପ୍ରବୃତ୍ତ ଭାବେ ସମର୍ଥନ କରି ସହରର ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ସହର ସମ୍ପୂର୍ଣ୍ଣ ଲକ୍ ଡାଉନ୍ ହୋଇଯାଇଛି ।ସହରର କୌଣସି ଲୋକ ବି ଘରୁ ବାହାରକୁ ଯାଇନାହାନ୍ତି ।ଫଳରେ ବେଲଗୁଣ୍ଠା ସହର ସମ୍ପୂର୍ଣ୍ଣ ଖାଁ ଖାଁ ହୋଇଯାଇଛି ।ସେହିପରି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର,ଗୋବରା, କ୍ଷତ୍ରିୟ ବରପୁର ଏବଂ ସମସ୍ତ ଗ୍ରାମାଞ୍ଚଳରେ ଜନତା କର୍ଫ୍ୟୁ କୁ ବିପୁଳ ସମର୍ଥନ ମିଳିଛି ।ସଂଧ୍ୟା ୫।ଟା ସମୟରେ ବେଲଗୁଣ୍ଠା ସହର ସମେତ ଆଖପାଖ ଅଞ୍ଚଳରେ ତାଳି, ଘଣ୍ଟ, ଥାଳି ,ଘଣ୍ଟି, ଶଂଖ ବଜାଇ କରୋନା ପାଇଁ ଜନସାଧାରଣଙ୍କ ସେବା ରେ ଥିବା ପ୍ରତ୍ୟେକ ଡାକ୍ତର, ନର୍ସ, ପୋଲିସ ,ମିଡ଼ିଆ, ପ୍ରଶାସନିକ କର୍ମଚାରୀ ଆଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।ଗାଙ୍ଗପୁର ଅଞ୍ଚଳରେ ଥାନାଧିକାରୀ ଧୀରେଶ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଏବଂ ଡିଏସପି ସଞ୍ଜୟ କୁମାର ମହାପାତ୍ର ଙ୍କ।ନେତୃତ୍ୱରେ ଏକ ଟିମ୍ ଗାଁ କୁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇଥିଲେ । ସେହିପରି ବେଲଗୁଣ୍ଠା ଫାଣ୍ଡି ଅଧିକାରୀ, ଓ ପ୍ରଶାସନିକ ଅଧିକାରୀ ମାନେ ସଚେତନ କରାଇଥିଲେ । ୨୨ ରୁ ୨୯ ତାରିଖ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ନ ହେଲେ ଘରୁ ନ ବାହାରିବା ପାଇଁ ସରକାର ଓଡ଼ିଶାବାସୀ ଙ୍କୁ ନିବେଦନ କରି ଲକ୍ ଡାଉନ୍ ଘୋଷଣା କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO