
ଜଗନ୍ନାଥ ପ୍ରସାଦ -୨୨/୩-ସମଗ୍ର ବିଶ୍ୱ ଜନତା କରୋନା କବଳିତ ହୋଇଥିବା ବେଳେ ଭାରତରେ ପ୍ରାୟ ୩୦୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।ଏଥିରୁ ପ୍ରାୟ ୪ ରୁ ୫ଜଣଙ୍କ ମୃତ୍ୟୁବରଣ କରିଛନ୍ତି ।ଏହା ଏକ ସଂକ୍ରମିତ ଭାଇରସ୍ ହୋଇଥିବାରୁ ସମୁହ ସଂକ୍ରମଣ କୁ ରୋକିବା ପାଇଁ ସଚେତନ କରାଇବା ସହ ଭାରତ ସରକାରଙ୍କ ତଥା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜନତା କର୍ଫ୍ୟୁ ଜାରି କରାଯାଇ ସକାଳୁ ରାତି ପର୍ଯ୍ୟନ୍ତ ଘରୁ ନ ବାହାରିବା ପାଇଁ ସମସ୍ତ ଜନସାଧାରଣ ଙ୍କୁ ଅନୁରୋଧ କରାଯାଇଛି ।ଏହି ପରିପ୍ରେକ୍ଷୀରେ ଜଗନ୍ନାଥ ପ୍ରସାଦ ସହରର ଜନସାଧାରଣ ଜନତା କର୍ଫ୍ୟୁକୁ ସ୍ୱତଃ ପ୍ରବୃତ୍ତ ଭାବେ ସମର୍ଥନ କରି ସହରର ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ସହର ସମ୍ପୂର୍ଣ୍ଣ ଲକ୍ ଡାଉନ୍ ହୋଇଯାଇଛି ।ସହରର କୌଣସି ଲୋକ ବି ଘରୁ ବାହାରକୁ ଯାଇନାହାନ୍ତି ।ଫଳରେ ଜଗନ୍ନାଥପ୍ରସାଦ ସହର ସମ୍ପୂର୍ଣ୍ଣ ଖାଁ ଖାଁ ହୋଇଯାଇଛି ।୨୨ ରୁ ୨୯ ତାରିଖ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ନ ହେଲେ ଘରୁ ନ ବାହାରିବା ପାଇଁ ସରକାର ଓଡ଼ିଶାବାସୀ ଙ୍କୁ ନିବେଦନ କରି ଲକ୍ ଡାଉନ୍ ଘୋଷଣା କରିଛନ୍ତି ଜଗନ୍ନାଥପ୍ରସାଦ ର ପ୍ରତି ଗଳି କନ୍ଦି ଶୂନଶାନ ପରେ ସନ୍ଧ୍ୟା ରେ ଘଣ୍ଟ, ଶଙ୍ଖ, ଥାଳି, ଗିନି ବଜାଇ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO