ବ୍ରହ୍ମପୁର : ରାଧାକୃଷ୍ଣ ବଣିକ ସଂଘ: କରୋନା ଭୁତାଣୁ ସଂକ୍ରମଣରୁ ନିଜକୁ ଦୂରେଇ ରଖିବା ପାଇଁ ୱାର୍ଡନମ୍ବର ୫ ଓ ରାଧାକୃଷ୍ଣ ବଣିକ ସଂଘ ପକ୍ଷରୁ ଗତ ୨ଦିନଧରି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ପୂର୍ବତନ କର୍ପୋରେଟର ଆର୍.ମୂରଲୀମୋହନଙ୍କ ନେତୃତ୍ୱରେ ୱାର୍ଡର ବିଭିନ୍ନ ସାହି, ଗଳିକନ୍ଦି ବୁଲି ସଚେତନ କରାଯିବା ସହ ଏଥିରେ ସଚେତନ ନାଗରିକ ଓ ବଣିକ ସଂଘର ସମସ୍ତ ସଦସ୍ୟଙ୍କ ସହଯୋଗରେ ଅନୁଷ୍ଠିତ ହେଉଛି । ସାବୁନ୍ରେ ହାତ ଧୋଇବା, ମୁହଁରେ ମାସ୍କ ଲଗାଇବା, ଥଣ୍ଡା, ଜ୍ୱର, ଛିଙ୍କ ହେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । ପୁରୁଣା ବସ୍ଷ୍ଟାଣ୍ଡ ଅଞ୍ଚଳରେ ମଧ୍ୟ ମାଗଣାରେ ମାସ୍କ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଥିଲା । ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଳା ବିଜେଡି ସଭାପତି ତଥା କୋଠାବାଡି ନିର୍ମାଣ ଶ୍ରମିକର ଅଧ୍ୟକ୍ଷ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ଶ୍ରୀକାନ୍ତ ପାଣିଗ୍ରାହୀ, ମନୋଜ କୁମାର ସାହୁ, ବାଲାଜୀ ସାହୁ, ମୁକୁନ୍ଦ ଗୌଡ, ପଞ୍ଚାନନ ରାଉତ, ମନୋରଞ୍ଜନ ପଟ୍ଟନାୟକ, ରାଜେଶ ପଲ୍ଲେଇଙ୍କ ସମେତ ବହୁ ସଦସ୍ୟ ସାମିଲ୍ ହୋଇଥିଲେ ।