
ବେଲଗୁଣ୍ଠା-୧୭/୩-କରୋନା ର ସଫଳ ମୁକାବିଲା ପାଇଁ ଅଣ୍ଟା ଭିଡିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।କରୋନା ଭାଇରସ୍ କୁ ଯେମିତି ନ ବ୍ୟାପେ ସେ ଦିଗରେ ଗଞ୍ଜାମ ଜିଲ୍ଲାପାଳ ଗଞ୍ଜାମ ଜିଲ୍ଲାରେ ୧୪୪ ଧାରା ଜ ରି କରାଇବା ସହ ବିଭିନ୍ନ ଜନଗହଳି ପୁର୍ଣ୍ଣ ଦୋକାନବଜାର,ମନ୍ଦିର, ଭୋଜିଭାତ,ସଭାସମିତି ଉପରେ କଟକଣା ଜାରିକରିବା ସହ ସ୍କୁଲ,କଲେଜ ଆଦି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ନାମା ଜାରି କରି ସମସ୍ତ ପ୍ରଶାସନିକ ଅଧିକାରୀ ମାନଙ୍କୁ ଏ ଦିଗରେ ଧ୍ୟାନ ଦେବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ।ଏ ନେଇ ଆଜି ସଂଧ୍ୟାରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ,ବେଲଗୁଣ୍ଠା ଏନ୍.ଏ.ସି ନିର୍ବାହୀ ଅଧିକାରୀ ସୁନୀଲ୍ କୁମାର ତ୍ରିପାଠୀ ,ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ,ବି.ଡି.ଓ ତଥା ତହସିଲଦାର ସରୋଜ କୁମାର ବେହେରା ଓ ଏନ୍.ଏ.ସି କର୍ମଚାରୀ ବୃନ୍ଦ ବେଲଗୁଣ୍ଠା ସହରର ବାଙ୍କବଜାର,ହାଟପଦା,ବଡଦାଣ୍ଡ ର ସମସ୍ତ ବ୍ୟବସାୟୀ ମାନଙ୍କୁ କରୋନା ଭାଇରସ୍ ସମ୍ପର୍କରେ ବୁଝାଇବା ସହ ତାହାର ସଫଳ ମୁକାବିଲା ପାଇଁ ସଚେତନ କରାଇଥିଲେ ।ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପରିବା,ଔଷଧ, ରାସନ ଦୋକାନ ଛାଡି ଅନ୍ୟ ସମସ୍ତ ଛୋଟ ବଡ ଦୋକାନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।କିଛି ଘରୋଇ ଶିକ୍ଷାନୁଷ୍ଠାନକୁ ଯାଇ ସେଗୁଡିକ ବନ୍ଦ ରଖିବା ପାଇଁ କହିଥିଲେ ।ପୁର୍ବରୁ ବେଲଗୁଣ୍ଠା ଏନ୍.ଏ.ସି ତରଫରୁ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ସହର ବାସୀ ଙ୍କୁ କରୋନା ବିଷୟରେ ବ୍ୟାପକ ସଚେତନତା କରାଯାଉଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO