
ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଜିଲ୍ଲାର ହାବିଲଦାର ଓ କନେଷ୍ଟବଳ ସଂଘ ପକ୍ଷରୁ ଆମ୍ବପୁଆ ରିଜର୍ଭ ଅଫିସ୍ ଓ ପୋଲିସ କଲୋନୀରେ କରୋନା ଭାଇରସ୍ ଠାରୁ କିପରି ଦୂରରେ ରହିବା ସେନେଇ ଘରକୁ ଘର ବୁଲି ସଚେତନତା କରାଯାଉଥିବା ଦେଖିବାକୁ ମିଳିଛି । ରିଜର୍ଭ ଇନ୍ସିପେକ୍ଟର ଦିଲ୍ଲୀପ ବେହେରା, ସର୍ଜେଣ୍ଟ କବିବର ଦେଉରୀ, ସଂଘ ସଭାପତି କାଳୀଚରଣ ଷଢ଼ଙ୍ଗୀ, ସମ୍ପାଦକ କେ.ଶ୍ରୀନିବାସ ପାତ୍ର, ଉପସଭାପତି ଜୁବୁଲା ସାମନ୍ତରାୟ, କୋଷାଧ୍ୟକ୍ଷ ଅନିଲ କୁମାର ପାତ୍ରଙ୍କ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ପୋଲିସ କଲୋନୀ ଓ ରିଜର୍ଭ ଅଫିସ୍ରେ ରହୁଥିବା ପୋଲିସ କର୍ମଚାରୀଙ୍କୁ କରୋନା ଭାଇରସ୍ ଠାରୁ ଦୂରରେ ରହିବା ପାଇଁ ମାସ୍କ ଓ ଷ୍ଟେନଲାଇଜର ଦେଇ ନିଜେ ସଚେତନତା ରୁହନ୍ତୁ ଓ ଅନ୍ୟକୁ ସଚେତନତା କରାନ୍ତୁ କହୁଥିବା ଦେଖିବାକୁ ମିଳିଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO