
ଭଞ୍ଜନଗର– ଭଞ୍ଜନଗର ବିଜୁ ଜନତା ଦଳ ତରଫରୁ ଭଞ୍ଜନଗର-ଫୁଲବାଣୀ ରାସ୍ତାର ମୁଜାଗଡ଼ ଠାରେ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ପଞ୍ଚାୟତ ପିଡ଼ିଏସ ଚାଉଳ ଓ ଗହମ ହେରଫେର ଅଭିଯୋଗରେ ସରପଞ୍ଚ ଙ୍କୁ ବହିଷ୍କାର କରିବା ସହ ଏଥିରେ ସମ୍ପୃକ୍ତି ଥିବା ଅନ୍ୟାନ୍ୟ ସରକାରୀ କର୍ମଚାରୀ ମାନଙ୍କୁ ଗିରଫ କରିବାପାଇଁ ଦାବୀ ହୋଇଛି।ଯାହାଫଳରେ ମୁଖ୍ୟ ରାସ୍ତାକୁ ଗ୍ରାମବାସୀମାନେ ଅବରୋଧ କରିଥିଲେ।ଖବର ପାଇ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ଏସ ଡ଼ି ପି ଓ ଶୁଭ୍ରାଂଶୁ ଶେଖର ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଦାବୀ ପତ୍ର ଗ୍ରହଣ କରିବା ସହ ଲୋକଙ୍କୁ ବୁଝା ଶୁଝା କରିବା ପରେ ରାସ୍ତାରୋକ ଦିନ ୧୦ଟା ବେଳେ ହଟିଥିଲା।ଏଥିରେ ବିଜେଡି ନେତା ରାଜେନ୍ଦ୍ର ପ୍ରଧାନ, ଜିତେନ୍ଦ୍ର କେଶରୀ ଆରୁଖ, ଦିବାକର ନାୟକ, ଶରତ ପ୍ରଧାନ, ସୁଧୀର ରଞ୍ଜନ ବେହେରା,ଏମ.ତାଜ ଆଦେନି ଓ ଅନ୍ୟ ମାନଙ୍କ ସମେତ ବହୁ ଗ୍ରାମବାସୀ ସାମିଲ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO