ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୯ରେ ଆକାଶବାଣୀରେ ପ୍ରସାରିତ ନିଜର ମାସିକିଆ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୬୩ ତମ ସଂସ୍କରଣକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଲାଗି ଦେଶବାସୀଙ୍କଠୁ ପ୍ରସ୍ତାବ ଲୋଡିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଟୁଇଟ୍ ସନ୍ଦେଶରେ କହିଛନ୍ତି ଯେ, ଚଳିତ ମାସ ୨୯ ତାରିଖରେ ମନ କି ବାତ କାର୍ଯ୍ୟକ୍ରମର କରିବେ । ଏନେଇ ଜନତାଙ୍କୁ ପ୍ରସ୍ତାବ ଦେବାକୁ ପ୍ରଧାନମନ୍ତ୍ରୀ ଅପିଲ କରି କହିଛନ୍ତି କାର୍ଯ୍ୟକ୍ରମ ଲାଗି ଆପଣଙ୍କର ପ୍ରସ୍ତାବ ଶୁଣିବାକୁ ପସନ୍ଦ କରିବି । ନିଜର ସନ୍ଦେଶ ଦେବା ଲାଗି ୧୮୦୦-୧୧-୭୮୦୦ରେ ଡାଏଲ କରନ୍ତୁ । ମାଇଗାଓଁ ଓ ନମୋ ଆପରେ ମଧ୍ୟ ପ୍ରସ୍ତାବ ଦେଇ ପାରିବେ ।