
ଭଞ୍ଜନଗର – ଚଳିତ ଐତିହାସିକ ଠାକୁରାଣୀ ଯାତ୍ରା ନିମନ୍ତେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହେଇଯାଇଛି | କିପରି ଚଳିତ ଯାତ୍ରାକୁ ମହାଆଡ଼ମ୍ବରେ ପାଳନ କରାଯିବ ତାjହାର ବିଭିନ୍ନ ଦିଗପ୍ରତି ପୁଂଖାନୁପୁଙ୍ଖ ଆଲୋଚନା କରଯାଇଥିଲା | ପ୍ରଶାସନ ଏବଂ ଠାକୁରାଣୀ ଯାତ୍ରା କମିଟି ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ଯାତ୍ରା ସଫଳ କରିବା ନିମନ୍ତେ ଉପଜିଲ୍ଲାପାଳ ଗୁରୁତ୍ୱରୋପ କରିଥିଲେ | ଠାକୁରାଣୀ ଯାତ୍ରା ସମୟରେ ବିଶାଳ ଜନ ସମୁଦ୍ରକୁ ଲକ୍ଷ୍ୟ ରଖି ଟ୍ରାଫିକ ନିୟନ୍ତଣ ଠୁ ଶାନ୍ତି ଶୃଙ୍ଖଳା, ସ୍ୱାସ୍ଥ୍ୟ, ପାନୀୟ ଜଳ ପରିମେଳ ବ୍ୟବସ୍ତା, ବିଦ୍ୟୁତ, ଅଗ୍ନିନିରାପତ୍ତା,ଅନ୍ୟ ସମେତ ସମସ୍ତ ଆନୁସଙ୍ଗିକ ବ୍ୟବସ୍ତା ସୁଚାରୁ ରୂପେ ସମ୍ପାଦନା କରିବା ନିମନ୍ତେ ଆଲୋଚନା ହେଇଥିଲା | ପୂର୍ବ ବର୍ଷ ରୁ ଯେମିତି ପ୍ରଶାସନ ଏବଂ ଠାକୁରାଣୀ ଯାତ୍ରା କମିଟି ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟକରିବାକୁ ଉଭୟ ପ୍ରତିଶ୍ରୁତି ଦେଇଥିଲେ |ଏହାଛଡା ଯାତ୍ରା ସମୟରେ ବିଭିନ୍ନ ରଙ୍ଗାରଙ୍ଗ ସାଂକୃତିକ କାର୍ଯ୍ୟକ୍ରମ, ମୀନବଜାର, ଦୋଳି, ବିଭିନ୍ନ ଖାଦ୍ୟ ପଦାର୍ଥ ସାଧାରଣ ଜନତା ଉପଭୋଗ କରିବା ସହ ଯାତ୍ରା ରେ ସପରିବାର ଭରପୁର ମୋଜା ନେବେ | ନିଷ୍ପିତି ପ୍ରକାରେ ମାର୍ଚ୍ଚ 3 ତାରିଖରେ ମାଙ୍କ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହେବ | ଯାତ୍ରା ମଇ ମାସ 3 ତାରିଖରୁ ଆରମ୍ଭ ହେଇ 24 ତାରିଖରେ ମା ଙ୍କ ସିଂହ ବାହିନୀ ବେଶ ଏବଂ 25 ତାରିଖରେ ମାଙ୍କ ବିଦାୟ ଯାତ୍ରା ସହ ଐତିହାସିକ ଠାକୁରାଣୀ ଯାତ୍ରା ଉଦଯାପିତ ହେବ | ବୈଠକରେ କମିଟି ସମ୍ପାଦନ ସୁଶାନ୍ତ କୁମାର ମହାପାତ୍ର ଯାତ୍ରାର ସଂକ୍ଷିପ୍ତ ବିବରଣୀ ଅବଗତ କରିଥିବା ବେଳେ ଯୁଗ୍ମ ସମ୍ପାଦକ ସୁଧୀର ରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ | ବୈଠକରେ ଅନ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନ , ବି. ଡି. ଓ ଅନିଲ କୁମାର ସେଠୀ, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଏନ. ଏ. ସି ଇ. ଓ ଭୂଜରାମ ବିଶ୍ୱାଳ, ସମେତ ଅଗ୍ନିଶମ ଅଧିକାରୀ, ବିଦ୍ୟୁତ ବିଭାଗ, ପି. ଏଚ. ଡି ଯନ୍ତ୍ରୀ,, ଫୋରେଷ୍ଟ ବିଭାଗ. ତଥା ଅନ୍ୟ ବିଭାଗର ଅଧିକାରୀ ସମେତ ଯାତ୍ରା କମିଟିର ରାଜେନ୍ଦ୍ର କୁମାର ବିଷୋୟୀ, ମହେଶ୍ୱର ପତ୍ର, ଜଗଦୀଶ ପାଣିଗ୍ରାହୀ. ଲୋକନାଥ କର ଏବଂ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO