
ଭୁବନେଶ୍ୱର – ବେକାରୀ ସମସ୍ୟା ନେଇ ଭାରତୀୟ ଯୁବ କଂଗ୍ରେସ “ୟଙ୍ଗ ଇଣ୍ଡିଆ କେ ବୋଲ୍” ମାଧ୍ୟମରେ ପ୍ରତ୍ୟେକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଡିବେଟ୍ କରି ପ୍ରତିନିଧିମାନଙ୍କୁ ରାଜ୍ୟସ୍ତରକୁ ମନୋନିତ କରିବାକୁ ନିଷ୍ପତି ନେଇଛନ୍ତି । ପରେ ପରେ ରାଜ୍ୟସ୍ତରୀୟ ଡିବେଟ୍ରେ ଉତମ ପ୍ରଦର୍ଶନ କରିଥିବା ପ୍ରତିଭାମାନଙ୍କୁ ସର୍ବଭାରତୀୟ ସ୍ତରକୁ ଚୟନ କରି ମାର୍ଚ୍ଚ ୨୩ ତାରିଖ ଶହିଦ୍ ଭଗତ ସିଂହଙ୍କ ଶ୍ରାଦ୍ଧ ଦିବସ ଅବସରରେ ଦିଲ୍ଲୀ ଠାରେ ଅନୁÂିତ ହେବାକୁ ଥିବା ଭାରତୀୟ ଯୁବ କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗଦେବେ । “ୟଙ୍ଗ ଇଣ୍ଡିଆ କେ ବୋଲ୍” କାର୍ଯ୍ୟକ୍ରମର ଭୁବନେଶ୍ୱର ଲୋକସଭା ଯୁବ କଂଗ୍ରେସ ସଂଯୋଜକ ଶ୍ରୀ ଅଜୟ ସାହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏନ୍.ଆର.ୟୁ (ନ୍ୟାସନାଲ୍ ରେଜିଷ୍ଟେ୍ରସନ୍ ଅଫ୍ ଅନ୍ଏମ୍ଲୟେଡ୍)କୁ ଗୁରୁତ୍ୱ ଦିଆଯିବାକୁ ନିଷ୍ପତି ନିଆଯାଇଛି ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ । ଏଥିପାଇଁ ଭୁବନେଶ୍ୱର ଲୋକସଭା ଯୁବ କଂଗ୍ରେସ ପକ୍ଷରୁ ଆଗାମୀ ଏକ ସପ୍ତାହ ମଧ୍ୟରେ “ୟଙ୍ଗ ଇଣ୍ଡିଆ କେ ବୋଲ୍” କାର୍ଯ୍ୟକ୍ରମ ଅନୁÂିତ କରାଯିବ । ଏହି କାର୍ଯ୍ୟକ୍ରମରେ ବେକାରୀ ସମସ୍ୟା ସଂପର୍କରେ ଶିକ୍ଷିତ ଯୁବକ ଯୁବତୀମାନେ ସେମାନଙ୍କର ମତାମତ ପ୍ରଦାନ କରିବେ । ପରେ ମନୋନୀତ ପ୍ରତିନିଧିମାନଙ୍କର ନାମ ରାଜ୍ୟ ଯୁବ କଂଗ୍ରେସକୁ ସୁପାରିଶ କରାଯିବ ବୋଲି ଭୁବନେଶ୍ୱର ଯୁବ କଂଗ୍ରେସ ସଭାପତି ରଂଜିତ୍ ପାତ୍ର ଜଣାଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ନେତା ସର୍ବଶ୍ରୀ ସ୍ୱାଗତ କର, ସଂକୁନା କହଁର, ବିରଂଚି ବାରିକ, ବଟକୃଷ୍ଣ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO