-
ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅଷ୍ଟମ ସମାବର୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି
ରାୟପୁର / ବିଲାସପୁର-ସୋମବାର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଛତିଶଗଡର ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅଷ୍ଟମ ସମାବର୍ତନ ଉତ୍ସବରେ ଯୋଗ ଦେଇ 74 ଜଣ ବିଶିଷ୍ଟ ଛାତ୍ରଙ୍କୁ ଏବଂ 75 ଜଣ ଛାତ୍ରଙ୍କୁ ପିଏଚଡି ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ।
ଏହି ଅବସରରେ ଉପସ୍ଥିତ ଛାତ୍ର – ଛାତ୍ରୀ ମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କହିଛନ୍ତି ଯେ କେବଳ ଶିକ୍ଷା ଆଲୋକ ଦ୍ୱାରା ହିଁ ନକ୍ସଲବାଦକୁ ସମାପ୍ତ କରାଯାଇପାରିବ। ନକ୍ସଲବାଦକୁ ହଟାଇବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଶ୍ରୀ କୋବିନ୍ଦ କହିଛନ୍ତି ଯେ ଶିକ୍ଷାର ଉଦ୍ଦେଶ୍ୟ କେବଳ ଡିଗ୍ରୀ ହାସଲ କରିବା ନୁହେଁ, ବରଂ ଜଣେ ଭଲ ବ୍ୟକ୍ତି ତିଆରି କରିବା ପାଇଁ ହେବା ଉଚିତ୍। ସେ କହିଛନ୍ତି ଯେ ଜଣେ ଭଲ ବ୍ୟକ୍ତି ତାଙ୍କର ସମସ୍ତ ବ୍ୟକ୍ତିଗତ, ସାମାଜିକ ଏବଂ ବୃତ୍ତିଗତ କ୍ଷେତ୍ରରେ ଭଲ ମଣିଷ ହେବ ।
ଛାତ୍ରମାନଙ୍କୁ ସଚ୍ଚୋଟତା, ଅନୁଶାସନ, ସହନଶୀଳତା ଏବଂ ଆଇନ ପ୍ରତି ସମ୍ମାନ ଏବଂ ସମୟ ପାଳନ କରିବାର ମୂଲ୍ୟ ବୁଝାଇବାକୁ ରାଷ୍ଟ୍ରପତି ଶିକ୍ଷକମାନଙ୍କୁ ଆହ୍ୱାନ କରିଛନ୍ତି। ଏହା ଫଳରେ ସେମାନେ ଏକ ଗଣତାନ୍ତ୍ରିକ ଦେଶର ପ୍ରକୃତ ନାଗରିକ ହୋଇପାରିବେ ଏବଂ ଆଇନର ଶାସନକୁ ମଜବୁତ କରାଯାଇ ପାରିବ । ସେ କହିଛନ୍ତି ଯେ ଏହି ଗୁରୁ ଘସିଦାସ ବିଶ୍ୱବିଦ୍ୟାଳୟ ଆସନ୍ତା 10 ବର୍ଷ ମଧ୍ୟରେ ଦେଶର ସର୍ବୋତ୍ତମ ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିବା ପାଇଁ ଏକ ଲକ୍ଷ୍ୟ ସ୍ଥିର କରିବା ଉଚିତ।