
ସାନଖେମୁଣ୍ଡି: ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତମି ପଞ୍ଚାୟତ ନିକଟ ଦେଉଳପଡି ଗ୍ରାମରେ ଗତ ୨ଦିନ ଧରି ମା ଆଦିମାତା ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଅଛ। ଏହି ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମ ଦିନରେ କଳସଯାତ୍ରା ଓ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ହୁମଯଜ୍ଞ, ୫୦୦୦ ଲୋକ ପାଇଁ ପ୍ରସାଦ ସେବନର ବ୍ୟବସ୍ତା ହେଇଥିଲା। କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଧାୟକଙ୍କ ପିତା ଶ୍ରୀ ଅରକ୍ଷିତ ଜେନା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଦେଉଳପଡି ଗ୍ରାମର ସଭାପତି ଶ୍ରୀ ରବୀନ୍ଦ୍ର ନାଥ ସ୍ୱାଇଁ, ପ୍ରଫୁଲ୍ଲ ସାମନ୍ତରା, ଯୁଧିଷ୍ଠିର ସାବତ, ବିଜୟ ଜେନା, ବିନୋଦ କୁମାର ଜେନା,କାଳିଆ ବେହେରା, ପି. ସୁରେନ୍ଦ୍ର, ତ୍ରିନାଥ ନାହାକ ଓ ଗ୍ରାମ୍ୟ କମିଟିଙ୍କ ସହ ଗ୍ରାମର ସମସ୍ତ ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ସହ ସହଯୋଗ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।

Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO