-
ରାଜ୍ୟର ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ପାଇବେ ୭୦୦ କୋଟିରୁ ଅଧିକ ଟଙ୍କା
ଭୁବନେଶ୍ୱର– ପିଏମ୍ କିଷାନ ଉତ୍ସବ ଦିବସ ଅବସରରେ ଆସନ୍ତାକାଲି (ଶୁକ୍ରବାର)ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଗୁଜୁରାଟର ବନାସକାଣ୍ଠାଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶବ୍ୟାପୀ ଚାଷୀଙ୍କୁ ଏହି କିସ୍ତି ପ୍ରଦାନ କରିବେ।
ଏଥିସହିତ ଓଡ଼ିଶା ପାଇଁ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପୂର୍ବାହ୍ନ ୯ଟାରେ ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୫ ଲକ୍ଷ ୩୯ ହଜାର ୨୯୭ ଜଣ ଚାଷୀଙ୍କ ଖାତାକୁ ମୋଟ ୭୦୭,୮୫,୯୪,୦୦୦ ଟଙ୍କା ହସ୍ତାନ୍ତର କରାଯିବ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
