ମାଲକାନଗିରି– ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପରିବେଶ ସୁରକ୍ଷା ଓ ସଚେତନତା ଉଦ୍ଦେଶ୍ୟରେ ବୁଟିଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ବନ ମହୋତ୍ସବ ଅତି ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବି.ଏସ୍.ଏଫ୍. ମାଲକାନଗିରିର ଡେପୁଟି କମାଣ୍ଡାଣ୍ଟ ରବିଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମାଲକାନଗିରିର ମୁଖ୍ୟ ପରିଚାଳକ ବିନୋଦ କୁମାର ବିଶୋଇ, ଉପ ପରିଚାଳକ ଅଜିତ କୁମାର ଆଚାର୍ଯ୍ୟ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା, ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ ଏବଂ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ନୀଳକଣ୍ଠ ବେହେରା ପ୍ରମୁଖ ଯୋଗଦେଇଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ଖଣ୍ଡପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଗୌରାଙ୍ଗ ସଜ୍ଜନ ସଭା କାର୍ଯ୍ୟ ସମ୍ପାଦନା କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ମମତା ସାହୁ, ଲଡୁକିଶୋର ବେହେରା, ଅଙ୍ଗୁରବାଲା ସ୍ୱାଇଁ, ଅଭିପ୍ସା ତରାଇ, ଅନିତା ଶିକଦେର, ରୀନା କୁମାରୀ ମହାପାତ୍ର, ତରୁଣ କୁମାର ଦେ, ପୂର୍ବୀ ଶିଲ ଏବଂ ପ୍ରତିମା ନାୟକ।
କାର୍ଯ୍ୟକ୍ରମର ଶେଷରେ ଅତିଥି ମାନଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ମିଳିତ ଭାବେ ପ୍ରାୟ ଏକ ଶହ ବୃକ୍ଷ ରୋପଣ କରିଥିଲେ। “ଗଛ ଲଗାଓ, ପ୍ରାଣ ବଞ୍ଚାଓ” ନାରା ଦେଇ ପରିବେଶକୁ ସବୁଜ ଓ ସୁନ୍ଦର କରିବା ପାଇଁ ସମସ୍ତେ ଶପଥ ନେଇଥିଲେ।
