ବଲାଙ୍ଗିର– ବଲାଙ୍ଗିରରେ ନବ ନିର୍ମିତ ଆୟକର ଭବନର ଶୁଭ ଉଦ୍ଘାଟନ ଶନିବାର ପୂର୍ବାହ୍ନରେ ବଲାଙ୍ଗିର ଶିଶୁ ଉଦ୍ୟାନ ରୁଗୁଡ଼ି ପଦା ଠାରେ ଓଡିଶା ମୁଖ୍ୟ ଆୟକର କମିସନର ଡଃ. ଡି ସୁଧାକର ରାଓଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରିନ୍ସିପାଲ କମିସନର ଆୟକର ସମ୍ବଲପୁର ରେଞ୍ଜ ସରୋଜ କୁମାର ମହାପାତ୍ର, କମିସନର ଆୟକର ପ୍ରଶାସନିକ ଭୁବନେଶ୍ବର ମୋହିତ ମୃଣାଳ, ମାନସ ରଞ୍ଜନ ବହିଦାର ସଭାପତି ବଲାଙ୍ଗିର ଟ୍ୟାକ୍ସ ବାର, ସୁଶାନ୍ତ କୁମାର ବିଶ୍ବାସ ସହ କମିସନର ଆୟକର ସମ୍ବଲପୁର ରେଞ୍ଜ ମଞ୍ଚାସୀନ ଥିଲେ।
ସଭା ଉଦଘାଟନ ପରେ ବଲାଙ୍ଗିର ଆୟକର ଅଧିକାରୀ ୱାର୍ଡ ୧ ବଲାଙ୍ଗିର ଧନ୍ୟବାଦ ଅର୍ପଣ କରିଥିଲେ। ସଭାକୁ ସହ ଆୟକର ଅଧିକାରୀ ଶ୍ରୀମତୀ ମହାରଣା ପରିଚାଳନା କରିଥିଲେ।
