କେନ୍ଦୁଝର, କେନ୍ଦୁଝର ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ‘ମା’ ନାମରେ ଗଛଟିଏ’ ଚାରା ବିତରଣ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଏବଂ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ଡି ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ। ୨ମାସ ପାଇଁ ବନବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଚାରା ବିତରଣ କରାଯିବ ବୋଲି କୁହାଯାଇଛି।
ମାତ୍ର ୧ ଟଙ୍କାରେ ଆଧାର ପରିଚୟ ପତ୍ର ଦେଇ ଲୋକମାନେ ଚାରା ନେଇପାରିବେ। ଏଠାରେ ପିଜୁଳି, ଆତ, ଡାଳିମ୍ବ, ବଉଳ, କାଜୁ, ଶାଗୁଆନ, ଶିଶୁ, ଲେମ୍ବୁ, ଅଁଳା, ଓଉ, ଶାଳ, ଚମ୍ପା, ଅଶୋକ, ବାହାଡା, ହରିଡା, ପଣସ,ଆମ୍ବ, କାଞ୍ଚନ, କଦମ୍ବ, ଅମୃତଭଣ୍ଡା, ମହୁଲ, ନିମ୍ବ, କରଞ୍ଜ, ମେହଗାନି, କୁସୁମ ଆଦି ୬ ମାସିଆ ଚାରା ବଣ୍ଟନ କରାଯାଉଛି।
ଅନ୍ୟମାନଙ୍କ ମଧ୍ୟରେ ଏସିଏଫ୍ ଅଶୋକ କୁମାର ଦାସ, ଡକ୍ଟର ସୁଦିପ୍ତ କୁମାର ପଣ୍ଡା, ଅବସରପ୍ରାପ୍ତ ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ, ଷ୍ଟେନୋ ନାରାୟଣ ପଣ୍ଡା, ସିନିୟର ଆସିଷ୍ଟାଣ୍ଟ ସନ୍ତୋଷ କୁମାର ମହାନ୍ତ, ଆମ ଜଙ୍ଗଲ ଯୋଜନା କୋର୍ଡିନେଟର ନିର୍ମଳ ସାହୁ, ଟାଉନ ଫରେଷ୍ଟର ଯତିନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଚାରା ବିକ୍ରୟ କେନ୍ଦ୍ରରେ ପ୍ରଥମ ଦିନରେ ୧୦୦ ରୁ ଊର୍ଦ୍ଧ୍ବ ଲୋକଙ୍କୁ ଚାରା ବଣ୍ଟନ କରାଯାଇଛି ।
