ଭୁବନେଶ୍ୱର , ପ୍ରବଳ ବର୍ଷାର ସତର୍କ ସୂଚନାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାପାଳ ଆଜି ପାଇଁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରିଛନ୍ତି।ଏହି ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍, ସମସ୍ତ କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ।ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଆଜି ପାଇଁ ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ନିର୍ମାଣ କାର୍ଯ୍ୟ ମଧ୍ୟ ସ୍ଥଗିତ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।ନଦୀର ଜଳସ୍ତର ବୃଦ୍ଧି ଆଶଙ୍କାକୁ ନଜରରେ ରଖି ସମସ୍ତ ନଦୀ ଘାଟରେ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ନଦୀ ଘାଟରୁ ବାଲି ଉଠାଣ ଉପରେ କଟକଣା ଜାରି କରାଯାଇଛି।
ଏହି ସମସ୍ତ ପଦକ୍ଷେପର ସଠିକ୍ କାର୍ଯ୍ୟକାରିତା ପାଇଁ କଟକ ମହାନଗର ନିଗମ (ସିଏମ୍ସି) କମିସନର ଏବଂ ଜିଲ୍ଲାର ସମସ୍ତ ବିଡିଓଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଚିଠି ଜାରି କରାଯାଇଛି।
