ଅଲୱାର– ସୋମବାର ସକାଳେ ଭିୱାଡିର ଖୁଶଖେଡା କାରୌଲିରେ ଏକ ରାସାୟନିକ ଏବଂ ବାଣ ତିଆରି କାରଖାନାରେ ହଠାତ୍ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ବିସ୍ଫୋରଣ ଏବଂ ନିଆଁ ଲାଗିବା ମଧ୍ୟରେ କାରଖାନାରେ କାମ କରୁଥିବା ଶ୍ରମିକମାନେ ବାହାରକୁ ବାହାରିବାକୁ ସମୟ ପାଇନଥିଲେ । ଦୁର୍ଘଟଣାରେ ବର୍ତମାନ ସୁଦ୍ଧା ନିଆଁରେ ପୋଡ଼ି ହୋଇ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି, ଯେତେବେଳେ ଜଣେ ଶ୍ରମିକ ଏବେ ବି ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି । ଏହି ଘଟଣା ପରେ, ଭିୱାଡି, ଖୁଶଖେଡା, ତିଜାରା, ଧାରୁହେଡ଼ା ଏବଂ ରେୱାଡି ସମେତ ବିଭିନ୍ନ ସ୍ଥାନରୁ ଅଗ୍ନିଶମ ଗାଡ଼ିଗୁଡ଼ିକ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳକୁ ପହଂଚିବା ସହ ଏହାକୁ ନିୟନ୍ତ୍ରଣ କରିଥିଲେ । ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କ ନିର୍ଦ୍ଦେଶ ପରେ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ସଞ୍ଜୟ ଶର୍ମା ବିଧାନସଭାରୁ ଘଟଣାସ୍ଥଳ ଅଭିମୁଖେ ଯାଇଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ଚାହୁଁ ଚାହୁଁ ଏହି ନିଆଁ ସମଗ୍ର ୟୁନିଟ୍ କୁ ବ୍ୟାପୀ ଯାଇଥିଲା । କାରଖାନାରେ ଗଚ୍ଛିତ ଥିବା ଦହନଶୀଳ ରାସାୟନିକ ସାମଗ୍ରୀ ଏବଂ ବାଣ ସାମଗ୍ରୀ ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପୀ ଯାଇଥିଲା । ଘଟଣାସ୍ଥଳରେ ଅନେକ ଦମକଳ ଗାଡ଼ି ପହଂଚି ଘଂଟା ଘଂଟାର ପରିଶ୍ରମ ପରେ ନିଆଁକୁ ଆୟତ କରିଥିଲେ । ରିକୋ ର ଅଗ୍ନିଶମ ଅଧିକାରୀ ରାଜୁ ଖାନ କହିଛନ୍ତି ଯେ, ଘଟଣାସ୍ଥଳରୁ ଏପର୍ଯ୍ୟନ୍ତ ସାତଟି ମୃତଦେହ ଉଦ୍ଧାର କରାଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଅନେକ ମୃତଦେହ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା । ଉଦ୍ଧାରକାରୀ ଦଳକୁ ପ୍ଲାଷ୍ଟିକ୍ ବ୍ୟାଗରେ ଶରୀରର ଅଂଶ ସଂଗ୍ରହ କରିବାକୁ ପଡିଥିଲା । ପ୍ରଶାସନ କହିଛି ଯେ ମୃତକଙ୍କୁ ଚିହ୍ନଟ କରିବା ପାଇଁ ଡିଏନଏ ପରୀକ୍ଷା କରାଯିବ ।
– ସୋମବାର ସକାଳେ ଭିୱାଡିର ଖୁଶଖେଡା କାରୌଲିରେ ଏକ ରାସାୟନିକ ଏବଂ ବାଣ ତିଆରି କାରଖାନାରେ ହଠାତ୍ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ବିସ୍ଫୋରଣ ଏବଂ ନିଆଁ ଲାଗିବା ମଧ୍ୟରେ କାରଖାନାରେ କାମ କରୁଥିବା ଶ୍ରମିକମାନେ ବାହାରକୁ ବାହାରିବାକୁ ସମୟ ପାଇନଥିଲେ । ଦୁର୍ଘଟଣାରେ ବର୍ତମାନ ସୁଦ୍ଧା ନିଆଁରେ ପୋଡ଼ି ହୋଇ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି, ଯେତେବେଳେ ଜଣେ ଶ୍ରମିକ ଏବେ ବି ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି । ଏହି ଘଟଣା ପରେ, ଭିୱାଡି, ଖୁଶଖେଡା, ତିଜାରା, ଧାରୁହେଡ଼ା ଏବଂ ରେୱାଡି ସମେତ ବିଭିନ୍ନ ସ୍ଥାନରୁ ଅଗ୍ନିଶମ ଗାଡ଼ିଗୁଡ଼ିକ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳକୁ ପହଂଚିବା ସହ ଏହାକୁ ନିୟନ୍ତ୍ରଣ କରିଥିଲେ । ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କ ନିର୍ଦ୍ଦେଶ ପରେ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ସଞ୍ଜୟ ଶର୍ମା ବିଧାନସଭାରୁ ଘଟଣାସ୍ଥଳ ଅଭିମୁଖେ ଯାଇଛନ୍ତି ।