ଭୁବନେଶ୍ୱର– ଆଜି ଶ୍ରୀମନ୍ଦିରର ରତ୍ନଭଣ୍ଡାର ସମ୍ପର୍କିତ ବିଷୟରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ବସିବ। ପୂର୍ବାହ୍ନ ୧୧ଟାରେ ପ୍ରଥମେ ଆଇନ ବିଭାଗ ପକ୍ଷରୁ ବୈଠକ ହେବାକୁ ଥିବା ବେଳେ, ପରେ ଦିନ ୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମୀକ୍ଷା କରିବେ।
ଏନେଇ ସୂଚନା ଦେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ରତ୍ନଭଣ୍ଡାର ସମ୍ବନ୍ଧୀୟ ଏସଓପିସରକାରଙ୍କ ହସ୍ତଗତ ହୋଇଛି। ସମୀକ୍ଷା ବୈଠକ ପରେ ପରବର୍ତ୍ତୀ କାର୍ଯ୍ୟଯୋଜନା ଓ ପ୍ରକ୍ରିୟା ସମ୍ପର୍କରେ ସବୁ ଚିତ୍ର ସ୍ପଷ୍ଟ ହେବ।
