ଭୁବନେଶ୍ୱର– ମୁଖ୍ୟ ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥଙ୍କ ୨୧ ତମ ବ୍ୟାଚର “ଦିକ୍ଷାନ୍ତ ସମାରୋହ” ଅଗ୍ନିଶମ ଓ ବିପତି ନିରାପତା ନିସ୍ତାର ପ୍ରତିଷ୍ଠାନ ଭୁବନେଶ୍ୱର ପରିସରରେ ଅନୁଷ୍ଠିତ ହୋଇଯାଇଛି। କଠିନ ପରିଶ୍ରମ ଓ ଦକ୍ଷ ଟ୍ରେନିଂ ପରେ ଅଗ୍ନିଯୋଦ୍ଧାରୁ ମୁଖ୍ୟ ଅଗ୍ନିଯୋଦ୍ଧାକୁ ୧୮୩ ଜଣ ପଦୋନ୍ନତି ହୋଇଛନ୍ତି। ୧୨୦ କାର୍ଯ୍ୟ ଦିବସରେ ଟ୍ରେନିଂ ସମୟରେ ସମସ୍ତଙ୍କୁ ରଥଯାତ୍ରା, ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବାହର, ଯନ୍ତ୍ରପାତି ର ପ୍ରଶିକ୍ଷଣ, ଶିକ୍ଷା ପ୍ରଶିକ୍ଷଣ ,ଜଳରେ ରେସ୍କ୍ୟୁ, ଅଗ୍ନିନିରାପତା ସୁରକ୍ଷା ଭଳି ଟ୍ରେନିଂ ଦିଆଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାନିର୍ଦ୍ଦେଶକ ଅଗ୍ନିଶମ, ଗୃହରକ୍ଷୀ, ଓ ବେସାମରିକ ପ୍ରତିରକ୍ଷା ଡ ସୁଧାଂଶୁ ଷଡ଼ଙ୍ଗୀ ଯୋଗଦେଥିଲେ। ଶାରୀରିକ , ମାନସିକ ଭାବରେ ସୁସ୍ଥ ରହିବା ସହ ଏକ ସଫଳ ଏବଂ ସୁଦୃଢ, ଦକ୍ଷ ଅଗ୍ନିଯୋଦ୍ଧା ଗଢ଼ିବା ପାଇଁ ଆହ୍ୱାନ କରିଛନ୍ତି ମହାନିର୍ଦ୍ଦେଶକ। ଟ୍ରେନିଂ ସମୟରେ ବିଭିନ୍ନ ପ୍ରଶିକ୍ଷଣରେ ସଫଳ ହୋଇଥିବା ଅଗ୍ନିଯୋଦ୍ଧା ମାନଙ୍କୁ ପୁରସ୍କୃତ କରାଯାଇଛି।
