ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆସାମ ଗସ୍ତ କରିବେ ଏବଂ ଦିବ୍ରୁଗଡ଼ ଜିଲ୍ଲାର ମୋରାନ ବାଇପାସରେ ଜରୁରୀକାଳୀନ ଅବତରଣ ସୁବିଧା (ଇଏଲଏଫ) ଉଦ୍ଘାଟନ କରିବେ । ଏହାପରେ ସେ ଗୌହାଟୀରେ ୫,୪୫୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ କରିବେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଫେବୃଆରୀ ୧୪ ତାରିଖ ସକାଳ ପ୍ରାୟ ୧୦ଟା ୩୦ ସମୟରେ ଦିବ୍ରୁଗଡ଼ର ମୋରାନ ବାଇପାସରେ ଜରୁରୀକାଳୀନ ଅବତରଣ ଷ୍ଟ୍ରିପ୍ (ଇଏଲଏଫ) ରେ ଅବତରଣ କରିବେ । ତା’ପରେ ସେ ଯୁଦ୍ଧ ବିମାନ, ପରିବହନ ବିମାନ ଏବଂ ହେଲିକପ୍ଟର ଦ୍ୱାରା ଏକ ଆକାଶ ପ୍ରଦର୍ଶନ ଦେଖିବେ । ଏହି ସୁବିଧା, ଉତର-ପୂର୍ବ ଭାରତରେ ପ୍ରଥମ ଏବଂ ଭାରତୀୟ ବାୟୁସେନା ସହିତ ମିଳିତ ଭାବରେ ବିକଶିତ, ବିପର୍ଯ୍ୟୟ, ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ରଣନୈତିକ ଆବଶ୍ୟକତା ସମୟରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟକ ହେବ । ୪୦ ଟନ୍ ପର୍ଯ୍ୟନ୍ତ ଲଢ଼ୁଆ ବିମାନ ଏବଂ ୭୪ ଟନ୍ ପର୍ଯ୍ୟନ୍ତ ବଡ଼ ମାଲବାହୀ ବିମାନ ଏଠାରୁ ଅବତରଣ ଏବଂ ଉଡ଼ାଣ କରିପାରିବ ।
ଏହାପରେ ପ୍ରଧାନମନ୍ତ୍ରୀ ଅପରାହ୍ନ ପ୍ରାୟ ୧ଟାରେ ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ କୁମାର ଭାସ୍କର ବର୍ମା ସେତୁର ଉଦ୍ଘାଟନ କରିବେ । ପ୍ରାୟ ୩,୦୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଛଅ ଲେନ୍ ବିଶିଷ୍ଟ ସ୍ୱତନ୍ତ୍ର ଗଠନ ସେତୁ ଗୌହାଟିକୁ ଉତର ଗୌହାଟି ସହିତ ସଂଯୋଗ କରେ । ଏହା ଉତର-ପୂର୍ବ ଅଂଚଳର ପ୍ରଥମ ଏପରି ସେତୁ, ଯାହା ଦୁଇଟି ସ୍ଥାନ ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ ସାତ ମିନିଟ୍ ହ୍ରାସ କରିଥାଏ । ଭୂମିକମ୍ପର ସମ୍ଭାବନାକୁ ଧ୍ୟାନରେ ରଖି, ଏହି ସେତୁରେ ସ୍ୱତନ୍ତ୍ର ଆଘାତ-ସହନ ପ୍ରଯୁକ୍ତିବିଦ୍ୟା ଏବଂ ପୋଲର ସ୍ଥିତି ଉପରେ ନଜର ରଖିବା ପାଇଁ ସ୍ୱୟଂଚାଳିତ ବ୍ୟବସ୍ଥା କରାଯାଇଛି ।
