ଭୁବନେଶ୍ୱର– ବିଜେପି କାର୍ଯ୍ୟକର୍ତ୍ତା ଦେବକାନ୍ତ ରଣଭୁଇଁଶାଙ୍କ ବିୟୋଗରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି ।
ଏକ୍ସ ହ୍ୟାଣ୍ଡେଲରେ ଜାରି ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ, ଆଠମଲ୍ଲିକ ଲୁଣହାଣ୍ଡି ପଞ୍ଚାୟତର ସମିତି ସଭ୍ୟ ତଥା ଆମ ଦଳର କାର୍ଯ୍ୟକର୍ତ୍ତା ଦେବକାନ୍ତ ରଣଭୁଇଁଶାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଜନପ୍ରତିନିଧି ଭାବରେ ତାଙ୍କର କାର୍ଯ୍ୟ ଚିର ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।
