ଭଦ୍ରକ – ଭଦ୍ରକ ବ୍ଲକ ବରାଳ ପୋଖରୀ ସ୍ଥିତ ଆର୍ଯ୍ୟାବର୍ତ ବିଦ୍ୟା ନିକେତନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ସମ୍ପାଦକ ଡଃ ଅଭୟ କୁମାର ଦାସ ଙ୍କ ସଭାପତିତ୍ୱ ଅନୁଷ୍ଠିତ ବାର୍ଷିକ ଉତ୍ସବ କୁ ସାହିତ୍ୟିକ ଓ ସମାଜ ସେବୀ ଅଜୟ ନାୟକ ଉଦ୍ ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କଥାକାର ପବିତ୍ର ପାଣିଗ୍ରାହୀ ଯୋଗଦେଇ ନିଜ ର ବକ୍ତବ୍ୟ ରଖି ଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଫୁଲ୍ଲ ସୂତ୍ରଧର, ସିଆରସିସି ସନ୍ତୋଷ କୁମାର ସେଠୀ ନିଜ ନିଜ ର ବକ୍ତବ୍ୟ ରଖି ଥିଲେ। ବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ବେହେରା ଙ୍କ ଦ୍ୱାରା ପ୍ରଦତ ଅଭିଭାଷଣ ରେ “ପୁସ୍ତକଗତ ଶିକ୍ଷା ଓ ଉପସ୍ଥିତ ବୁଦ୍ଧି” ଶୀର୍ଷକ ଉପସ୍ଥାପନା ବେସ୍ ରୋମାଂଚକର ହୋଇ ଥିଲା। ବିଦ୍ୟାଳୟ ର ଅଧ୍ୟକ୍ଷା ସୁଭନା ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଅଜୟ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ।ଶାସ୍ୱତୀ ସ୍ୱୟଂ ପ୍ରଭା ଦାସ, ସସ୍ମିତା ସାମଲ, ନମିତା ମଲ୍ଲିକ, ମୋନାଲିସା ମହାନ୍ତି, ନିରୂପମା ସାମଲ, ସୁଶାନ୍ତ ରାଉତ,ଇତିରାଣୀ ପରିଡ଼ା ଯୋଗଦାନ କରିଥିଲେ। ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଫୁଲ୍ଲ ଜେନା ମଂଚ ପରିଚାଳନା କରିଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ସର୍ବ ଶେଷରେ ଶିକ୍ଷକ ନୃସିଂହ ଚରଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।
