କେନ୍ଦୁଝର, ଦିନକୁ ଦିନ ରାଜ୍ୟରେ ବେଆଇନ ଗୋରୁ ଚାଲାଣ ବୃଦ୍ଧି ପାଇଛି। ଏହାକୁ ନଜର କରି ପୋଲିସ ମଧ୍ୟ ବେଶ ସଜାଗ ରହିଛି। ଆଜି ସକାଳୁ ଏନେଇ କେନ୍ଦୁଝର ପୋଲିସ ଜିଲ୍ଲାର ୪୬ ଟି ବେଆଇନ ଗୋରୁ ଚାଲାଣ କରୁଥିବା ଠିକଣା ଉପରେ ଚଢାଉ କରିଛି। କେନ୍ଦୁଝର ଜିଲ୍ଲାରେ ସାନ୍ତରାପୂର, କଳିଆହତା, ତେଲକୋଇ, ଘଷିପୁରା, ତୁରୁମୁଙ୍ଗା ଆଦି ସ୍ଥାନରେ ଚଢାଉ ଜାରୀ ରଖିଛି। ଆଜିର ଏହି ଚଢାଉ ରେ ଜିଲ୍ଲା ପୋଲିସର ପାଞ୍ଚ ଡିଏସପି, ପଚିଶ ଇନ୍ସପେକ୍ଟର, ଛତିଶ ଏସଆଇ ସହ ଅଠର ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି। ଆଜିର ଏହି ଚଢାଉ ରେ ବ୍ୟାପକ ଟଙ୍କା, ସୁନାଗହଣା, ଗାଡ଼ି ସହ ଚାଲାଣ ପାଇଁ ଥିବା ଗୋରୁ ଜବତ କରିଛି ପୋଲିସ । ଏହି ଚଢାଉ ଜାରୀ ଥିବା ବେଳେ ସନ୍ଧ୍ୟା ସୁଦ୍ଧା ସମସ୍ତ ତଥ୍ୟ ମିଳିବ ବୋଲି ଜିଲ୍ଲା ପୋଲିସ ପକ୍ଷରୁ କୁହାଯାଇଛି।
ପ୍ରକାଶ ଯେ ଏହି ବେଆଇନ ଗୋରୁ ଚାଲାଣ ନେଇ ରାଜ୍ୟର ମୟୁରଭଞ୍ଜ, ଯାଜପୁର ଜିଲ୍ଲାର ବିଶୋଇ, ଝାର ପୋଖରିଆ, ତେନ୍ତିପୋଷି, ଚଢ଼େଇଭୋଲ, କେନ୍ଦେଇ ଆଦି ସ୍ଥାନରେ ଚଢାଉ ଜାରୀ ରଖିଛି ରାଜ୍ୟ ପୋଲିସ।
