
ଗଞ୍ଜାମ– ପିତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଅଖପାଖ ପ୍ରାୟ ୨୦ଟି ଗ୍ରାମର ଜନସାଧାରଣ ନିର୍ଭର କରନ୍ତି । ଏହି ଡାକ୍ତରଖାନାରେ ଷ୍ଟାଫ ନର୍ସ ନଥିବାରୁ ବିଶେଷ କରି ମହିଳା ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗଞ୍ଜାମ ଜିଲ୍ଲା ସିଡିଏମଓ ଘଟଣାର ଅନୁଧ୍ୟାନ କରି ତୁରନ୍ତ ଏହି ଡାକ୍ତରଖାନାରେ ଜଣେ ଷ୍ଟାଫ୍ ନର୍ସଙ୍କୁ ନିଯୁକ୍ତି କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।