
ଭଦ୍ରକ – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମୋବାରକ୍ପୁର ଗ୍ରାମର ପ୍ରହ୍ଲାଦ ପରିଡାଙ୍କ ବିଧବା ପତ୍ନୀ କଳ୍ପନାଙ୍କୁ ନଗୁଆଁ ସେବା ସମବାୟ ସମିତି ପରିସରରେ ୫ ଲକ୍ଷ ଟଙ୍କାର ବୀମା ଚେକ୍ ପ୍ରଦାନ କରାଯାଇଛି । ସମିତିରୁ କୃଷିଋଣ ନେଇଥିବା ୰ ପରିଡା ବିଦ୍ୟୁତ୍ ଆଘାତରେ ଗତ ୨୦୧୯ ଫେବୃୟାରୀ ୭ ତାରିଖରେ ମୃତ୍ୟୁବରଣ କରିଥିଲେ । ଫଳରେ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା, ଡିଜିଏମ୍ ଅଶ୍ୱିନୀ କୁମାର ନାୟକ, ନଗୁଆଁ ସମିତି ସଭାପତି ରମେଶ ଚନ୍ଦ୍ର ଭାରତୀ, ବ୍ୟାଙ୍କ ଶାଖା ପରିଚାଳକ ନିର୍ମଳ ଚନ୍ଦ୍ର ସେଠୀ, ରହଣିଆ ସମିତି ସଭାପତି ରଂଜନ ବେହୁରିଆ ପ୍ରମୁଖଙ୍କ ଉପସ୍ଥିତିରେ ଏହି ଚେକ୍ ପ୍ରଦାନ କରାଯାଇଛି ।