
ରାୟପୁର– ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏବଂ ତାଙ୍କ ପୁଅ ଚୈତନ୍ୟ ବଘେଲଙ୍କ କେତେକ ଠିକଣାରେ ସୋମବାର ସକାଳେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ଉ କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏହି କାର୍ଯ୍ୟାନୁଷ୍ଠାନକୁ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ଅନ୍ୟପକ୍ଷରେ ଭାଜପା ଏହି ଯାଂଚ୍ କୁ କାର୍ଯ୍ୟାନୁଷ୍ଠାନର ଅଂଶ ବୋଲି କହିଛି । ଉପମୁଖ୍ୟମନ୍ତ୍ରୀ ଅରୁଣ ସାବ କହିଛନ୍ତି ଯେ, ସାରା ଦେଶ ଜାଣିଛି ଯେ, ଭୂପେଶ ବଘେଲଙ୍କ କାର୍ଯ୍ୟକାରେ ଅନେକ ବଡ ବଡ ଦୁର୍ନୀତି ହୋଇଛି ।
ଭୂପେଶ ବଘେଲ ଏନେଇ ଏକ୍ସ ରେ ନିଜର ପ୍ରତିକ୍ରିୟା ବ୍ୟକ୍ତ କରି ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ୭ ବର୍ଷ ଧରି ଚାଲି ଆସୁଥିବା ମିଥ୍ୟା ମାମଲାକୁ ଯେତେବେଳେ କୋର୍ଟରେ ଖାରଜ କରିଦିଆଗଲା ସେତେବେଳେ ଇଡିର ଅତିଥି ମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ, କଂଗ୍ରେସ ମହାସଚିବ ଭୂପେଶ ବଘେଲଙ୍କ ଭିଲାଇ ସ୍ଥିତ ଘରେ ଆଜି ସକାଳେ ଚଢ଼ଉ କରିଛନ୍ତି । ଯଦି ଏପରି ଷଡ଼ଯନ୍ତ୍ର କରି କେହି ପଞ୍ଜାବରେ କଂଗ୍ରେସକୁ ରୋକିବାକୁ ପ୍ରୟାସ କରୁଛି, ତେବେ ଏହା ଏକ ଭୁଲ୍ ବୁଝାମଣା । କଂଗ୍ରେସ ଏହି କାର୍ଯ୍ୟାନୁଷ୍ଠାନକୁ ଭାଜପାରେ ଇସାରାରେ କରାଯାଇଥିବା କହିଛି ।