
ଭୁବନେଶ୍ୱର– ଲିଙ୍ଗରାଜ ମନ୍ଦିର ବିବାଦ, ବୈଠକରେ ସାମିଲ ହେଲେନି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ । ମନ୍ଦିର ସମସ୍ୟା ଯେହେତୁ ମନ୍ଦିର କାର୍ଯ୍ୟାଳୟରେ ହେବା କଥା କିନ୍ତୁ ତାହା ନ କରି ନିଜ ସ୍ତରରେ କରିଛନ୍ତି ଏଣୁ ଆମେ ଯୋଗ ଦେଇ ନାହୁଁ ବୋଲି ବ୍ରାହ୍ମଣ ନିଯୋଗ ସଂପାଦକ ବିରଂଚି ନାରାୟଣ ପତି କହିଛନ୍ତି । ପ୍ରଶାସନ ୩ ଦିନ ପରେ କାହିଁକି ବୈଠକ ଡାକିଛି। ସବୁବେଳେ ପ୍ରଶାସନ କାହିଁକି ଚୁପ୍। ଯଦି ସବୁ କାମ ବଡୁ ନିଯୋଗ କରିବେ ତେବେ ଅନ୍ୟ ସେବାୟତଙ୍କ ଆବଶ୍ୟକତା କଣ ସରକାର ଚିନ୍ତା କରନ୍ତୁ। ଯେଉଁ ନୀତି ବନ୍ଦ୍ ରହିଛି ସେଇ ଘୃତ କମଳ ନୀତି ଆରମ୍ଭ କରି ପ୍ରକୃତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ। ଏହାପରେ ମନ୍ଦିର ନୀତି ଆରମ୍ଭ ହେବ ବୋଲି ବ୍ରାହ୍ମଣ ନିଯୋଗ କହିଛନ୍ତି।
୧୯୪୩ ମସିହାରେ ଯେଉଁ ନିୟମ କରାଯାଇଥିଲା ତାହା ୱେବ୍ ସାଇଟରେ ଉପଲବ୍ଧ ଅଛି। ତାକୁ ଆଧାର କରି ସ୍ଥାୟୀ ସମାଧାନ କରନ୍ତୁ। ନହେଲେ ଆଗକୁ ଶିବରାତ୍ରି, ଅଶୋକାଷ୍ଟମୀରେ ମଧ୍ୟ ବିଭ୍ରାଟ ଦେଖାଯିବ। ମକର ସଂକ୍ରାନ୍ତି ଠାରୁ ନୀତି ବନ୍ଦ ଥିବାରୁ ଏବେବି ମକର ମଣ୍ଡପରେ ବାହାରେ ବସିଛନ୍ତି ଠାକୁର। ଆଜି ବି ହୋଇ ପାରିନି ନୀତି କାନ୍ତି।