ନୂଆଦିଲ୍ଲୀ- ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାର୍ଥିକ ଶରରର ଶନିବାର ସକାଳ 8ଟା ବେଳେ ଏଆଇସିସି ମୁଖ୍ୟାଳୟ ଅଣାଯିବ, ଏଠାରେ ସାଧାରଣ ଲୋକେ ଓ କଂଗ୍ରେସର କାର୍ଯ୍ୟକର୍ତ୍ତା ସକାଳ ସାଢେ 8ଟାରୁ ସାଢେ 9ଟା ଯାଏ ଶ୍ରଦ୍ଧାଂଜଳି ଅର୍ପଣ କରିବେ । ତାଙ୍କ ଅନ୍ତିମ ଯାତ୍ରା କାଲି ସକାଳ ସାଢେ 9ଟାରୁ ଏଆଇସିସି ମୁଖ୍ୟାଳୟରୁ ଆରମ୍ଭ ହେବ ।
କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ଏହି ସୂଚନା ଦେଇ କହିଛନ୍ତି ଯେ, ଡ ମନମୋହନ ସିଂହଙ୍କୁ ଶ୍ରଦ୍ଧାଂଜଳି ଦେବା ପାଇଁ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟାଳୟରେ କଂଗ୍ରେସ କାର୍ଯ୍ୟ କମିଟିର ବୈଠକ ହେବ । ଏଥିରେ ସିଡବ୍ଲୁସି ସଦସ୍ୟ, ସ୍ଥାୟୀ ଓ ବିଶେଷ ନିମନ୍ତ୍ରିତ ସଦସ୍ୟ ସାମିଲ ହେବେ ।