ନାଗପୁର– ମହାରାଷ୍ଟ୍ରର ନାଗପୁର, ଗଢଚିରୌଲି ଏବଂ ଚନ୍ଦ୍ରପୁର ଓ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ବୁଧବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.3 ରେକର୍ଡ ହୋଇଛି । ଭୂକମ୍ପରେ କୌଣସି ଧନଜୀବନ ହାନି ଘଟିନି ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ମୁତାବକ ବୁଧବାର ସକାଳ 7.27 ମିନିଟ ସମୟରେ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ 5.3 ତୀବ୍ରତାର ଭୂକମ୍ପ ରେକର୍ଡ ହୋଇଛି । ଏହାର କେନ୍ଦ୍ର ମୁଲୁଗୁ ଅଂଚଳରେ ମାଟି ତଳେ 40 କିଲୋମିଟର ଗଭୀରରେ ରହିଛି । ମହାରାଷ୍ଟ୍ରର ନାଗପୁର, ଗଢଚିରୌଲି ଓ ଚନ୍ଦ୍ରପୁର ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି ।