ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ନୌସେନା ଦିବସ ଅବସରରେ ଭାରତୀୟ ନୌସେନାକୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଯେଉଁମାନେ ସମୁଦ୍ର ଉପରେ ନିୟନ୍ତ୍ରଣ ରଖନ୍ତି, ସେମାନେ ସର୍ବଶକ୍ତିମାନ ।
ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ନୌସେନା ଦିବସ ଅବସରରେ ମୁଁ ଭାରତୀୟ ନୌସେନାର ବୀର ଯବାନଙ୍କୁ ସଲାମ କରୁଛି, ଯେଉଁମାନେ ସାହସ ଓ ସମର୍ପଣ ସହିତ ଆମର ସବୁଦ୍ରକୁ ରକ୍ଷା କରନ୍ତି । ତାଙ୍କ ପ୍ରତିବଦ୍ଧତା ଆମ ଦେଶର ସୁରକ୍ଷା, ସଂରକ୍ଷା ଓ ସମୃଦ୍ଧିକୁ ସୁନିଶ୍ଚିତ କରିଥାଏ । ଆମେ ଭାରତର ସମୃଦ୍ଧ ସାମୁଦ୍ରିକ ଇତିହାସ ଉପରେ ବି ଗର୍ବ କରିଥାଉ ।