ନୂଆଦିଲ୍ଲୀ– ଚାଉଳ ରପ୍ତାନୀକୁ ପ୍ରୋତ୍ସାହିତ କରିବା ପାଇଁ ଉଷୁନା ଚାଉଳ ଉପରେ ଲଗାଯାଇଥିବା ରପ୍ତାନୀ ଶୁଳ୍କକୁ ହଟାଇ ଦେଇଛନ୍ତି କେନ୍ଦ୍ର ସରକାର । ଗତ ସପ୍ତାହରେ ଉଚ୍ଚସ୍ତରୀୟ ମନ୍ତ୍ରୀମଣ୍ଡଳ ପ୍ୟାନେଲ ଏହା ଉପରେ ନିଷ୍ପତି ନେଇଥିଲେ । ଏହା ସଂପର୍କରେ ଏବେ ବିଜ୍ଞପ୍ତି ଜାରି କରାଯାଇଛି । ଚାଉଳ ରପ୍ତାନୀକୁ ପ୍ରୋତ୍ସାହିତ କରିବା ପାଇଁ ଗତ ମାସରେ ହିଁ ଉଷୁନା ଚାଉଳ ଉପରୁ ଏକ୍ସପର୍ଟ ଡ୍ୟୁଠିକୁ 20 ପ୍ରତିଶତରୁ ହ୍ରାସ କରି 10 ପ୍ରତିଶତ କରାଯାଇଥିଲା । କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଚାଉଳ ମୂଲ୍ୟ ହ୍ରାସ ପାଇବା କାରଣରୁ ଦେଶରେ ପୂର୍ବରୁ ଥିବା ଚାଉଳର ପର୍ଯ୍ୟାପ୍ତ ଭଣ୍ଡାରକୁ ଦେଖି ସରକାର ଉଷୁନା ଚାଉଳ ଉପରେ ଲଗାଯାଇଥିବା ଏକ୍ସପର୍ଟ ଡ୍ୟୁଟିକୁ ସଂପୂର୍ଣ୍ଣ ଭାବେ ଶେଷ କରିଛନ୍ତି ।