ଢାକା– ବାଂଲାଦେଶର ବୈଦେଶିକ ମନ୍ତ୍ରାଳୟର ପରାମର୍ଶଦାତା ମହମ୍ମଦ ତୌହିଦ ହୁସୈନ ନ୍ୟୁୟର୍କରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ବୈଠକ କରିଛନ୍ତି । ବୈଠକରେ ଦୁଇ ପକ୍ଷ ପାରସ୍ପରିକ ହିତ ମାମଲାରେ ସଂପର୍କକୁ ଆଗକୁ ବଢାଇବା ଉପରେ ସହମତି ପ୍ରକାଶ କରିଛନ୍ତି । ଢାକା ଟ୍ରିବ୍ୟୁନ ଖବରକାଗଜ ମୁତାବକ, ସୋମବାର ସନ୍ଧ୍ୟାରେ ଜାତିସଂଘ ମହାସଭା ଅଧିବେଶନ ସମୟରେ ଏହି ବୈଠକ ହୋଇଥିଲା । ବାଂଲାଦେଶର ବୈଦେଶିକ ମନ୍ତ୍ରାଳୟ ମଙ୍ଗଳବାର ସକାଳେ ଏକ୍ସ ପୋଷ୍ଟରେ ଫଟୋ ସେୟାର କରିଛି ।
Related Stories
October 9, 2024